Advertisment

ସାରଥି ମାମଲା: ସତ୍ୟମକୁ ଆଶ୍ରୟ ଦେଇଥିବା ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

କଟକ: ସାରଥି ମାମଲାରେ କ୍ରାଇମବ୍ରାଞ୍ଚ୍ ଆଜି ଆଉ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ପିଲାସ୍କି ସ୍ୱାଇଁ, ବିଶ୍ୱଜିତ ପଟ୍ଟନାୟକ ଏବଂ ହରିଶ ଚନ୍ଦ୍ର ଦାସ। ସାରଥିଙ୍କ ପାଳିତ ପୁଅ ସତ୍ୟମକୁ ଓଡ଼ିଶା ବାହାରକୁ ପଠାଇବାରେ ଏମାନଙ୍କର ପ୍ରମୁଖ ଭୂମିକା ଥିବା ଜଣାପଡିଛି। ଭୁବନେଶ୍ୱର ଡମଣାଛକ ନିକଟ ଶ୍ରୀବିହାରରେ ଥିବା ବିଶ୍ୱନାଥ ଏନକ୍ଲେଭରେ ଏମାନେ ସତ୍ୟମଙ୍କୁ ଲୁଚାଇ ରଖିବା ସହ ତାଙ୍କୁ ରାଜ୍ୟ ବାହାରକୁ ପଠାଇଥିବା ପୋଲିସ ତଦନ୍ତରୁ ଜଣାପଡିଛି। ଏଥିଲାଗି ସତ୍ୟମ ଏହି ତିନି ଜଣଙ୍କୁ […]

author-image
Rakesh Mallick
ସାରଥି ମାମଲା: ସତ୍ୟମକୁ ଆଶ୍ରୟ ଦେଇଥିବା ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

satyam

କଟକ: ସାରଥି ମାମଲାରେ କ୍ରାଇମବ୍ରାଞ୍ଚ୍ ଆଜି ଆଉ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ପିଲାସ୍କି ସ୍ୱାଇଁ, ବିଶ୍ୱଜିତ ପଟ୍ଟନାୟକ ଏବଂ ହରିଶ ଚନ୍ଦ୍ର ଦାସ। ସାରଥିଙ୍କ ପାଳିତ ପୁଅ ସତ୍ୟମକୁ ଓଡ଼ିଶା ବାହାରକୁ ପଠାଇବାରେ ଏମାନଙ୍କର ପ୍ରମୁଖ ଭୂମିକା ଥିବା ଜଣାପଡିଛି। ଭୁବନେଶ୍ୱର ଡମଣାଛକ ନିକଟ ଶ୍ରୀବିହାରରେ ଥିବା ବିଶ୍ୱନାଥ ଏନକ୍ଲେଭରେ ଏମାନେ ସତ୍ୟମଙ୍କୁ ଲୁଚାଇ ରଖିବା ସହ ତାଙ୍କୁ ରାଜ୍ୟ ବାହାରକୁ ପଠାଇଥିବା ପୋଲିସ ତଦନ୍ତରୁ ଜଣାପଡିଛି। ଏଥିଲାଗି ସତ୍ୟମ ଏହି ତିନି ଜଣଙ୍କୁ ୨୦ଲକ୍ଷ ଟଙ୍କା ଦେଇଥିଲେ। ଏଥିରୁ ପୋଲିସ ୧୬ ଲକ୍ଷ ୯୫ହଜାର ଟଙ୍କା ଜବତ କରିଛି। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Advertisment