at
ଭୁବନେଶ୍ୱର: ସାରଥୀ, ସୁର ବାବାଙ୍କ ପରେ ଆଜି ଅର୍ଥତତ୍ତ୍ୱ(ଏଟି)ର ସମ୍ପତ୍ତି ଆଟାଚ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳା(ଇଡି)। ମୋଟ୍ ୧୩ କୋଟି ୩୦ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆଟାଚ ହୋଇଛି।
ଆଟାଚ ସମ୍ପତ୍ତି ଭିତରେ ଜମି, କୋଠାଘର ରହିଛି। ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କା ହେବ। ସେହିପରି ଏକ ସଂସ୍ଥାକୁ ଘର ପାଇଁ ଏଟି ଦେଇଥିବା ୩ କୋଟି ଟଙ୍କା ମଧ୍ୟ ଇଡି ଆଟାଚ୍ ହୋଇଛି।
ଗତକାଲି ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ରଙ୍କ ୧୫ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆଟ୍ କରିଥିଲା ଇଡି। ଆଚାଟା ସମ୍ପତ୍ତି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଝିଇଣ୍ଟି ଶାସନ ସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମ ଭିତରେ ଥିବା ଜମି, ଘର ଓ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା ଥିବା ଟଙ୍କା ରହିଛି।
ଗତ ୨୮ ତାରିଖରେ ଇଡି ସାରଥୀ ଓରଫ ସନ୍ତୋଷ ରାଉଳଙ୍କ କେନ୍ଦ୍ରାପଡା ବାରିମୂଳ ଆଶ୍ରମର ୧୧ କୋଟି ୪୦ ହଜାର ଟଙ୍କାର ସମ୍ପତ୍ତି ଆଟାଚ କରିଥିଲା। ଆଟାଚ ସମ୍ପତ୍ତିରେ ମଧ୍ୟରେ ସାରଥୀଙ୍କ ଆଶ୍ରମ ଜମି, ଘର, ମନ୍ଦିର, ଭୁବନେଶ୍ୱରରେ ଦୁଇଟି ଘର ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/03/at.jpg)