ଅଦ୍ୟତନ ହୋଇଛି
Balangir
Advertisment
ବଲାଙ୍ଗିର ଜିଲ୍ଲାରେ ପୁଣି ଦାଦନ ଦୁଃଖ। ଜଣେ ଦାଦନ ଶ୍ରମିକଙ୍କୁ ସର୍ଦ୍ଦାର ପିଟି ମାରିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ନୂଆପଡ଼ାର ଯୋଗେନ୍ଦ୍ର ବେହେରା।
Advertisment
ଯୋଗେନ୍ଦ୍ର ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଶ୍ରମିକ ଜଣଙ୍କ ଗୁରୁତର ଅବସ୍ଥାରେ ଟ୍ରେନରେ କଣ୍ଟାବାଞ୍ଜି ଫେରିଲା ବାଟରେ ତାଙ୍କର ମୃତ୍ୟୁ ହୋଇଛି। ଯୋଗେନ୍ଦ୍ରଙ୍କ ସହ ଆଉ ଜଣେ ସର୍ଦ୍ଦାର ଏବଂ ଶ୍ରମିକ କଣ୍ଟାବାଞ୍ଜି ଫେରୁଥିଲେ। ତେବେ ତାଙ୍କର ମୃତ୍ୟୁ ହେବା ପରେ କେସିଙ୍ଗା ଷ୍ଟେସନରେ ଶବକୁ ଗାଏବ କରିବାକୁ ଚେଷ୍ଟା ହୋଇଥିଲା। ଖବର ପାଇ ଟିଟିଲାଗଡ଼ ପୋଲିସ ଶବ ଜବତ କରି ତଦନ୍ତ କରୁଛି।
ରିପୋର୍ଟ- ମନରଞ୍ଜନ ଯୋଶୀ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us