Advertisment

ବ୍ଲକ ଭିତରେ ପଶି ସରପଞ୍ଚଙ୍କୁ ନିର୍ଧୁମ ପିଟିଲେ

ସରପଞ୍ଚ ଜୀବନ ବଞ୍ଚାଇବାକୁ ବିଡ଼ିଓଙ୍କ ଅଫିସ୍‌ ଭିତରରେ ପଶି ଯାଇଥିଲେ। ବିଡ଼ିଓ ସରପଞ୍ଚଙ୍କୁ ପାଣି ପିଇବାକୁ ଦେଇ ଜୀବନ ବଞ୍ଚାଇଥିଲେ। ଆକ୍ରମଣ କରି ଦୁଇ ଯୁବକ ଫେରାର ହୋଇଯାଇଥିଲେ। ଆକ୍ରମଣ କରିଥିବା ଦୁଇ ଯୁବକ ହେଲେ ସଇଁତଳାର କୃଷ୍ଣ ଗହୀର ଓ ସାରଥୀ ସାହୁ।

Balangir

Balangir

Advertisment

ବ୍ଲକ୍‌ ଭିତରେ ଗୁଣ୍ଡଗାର୍ଦି। ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ୍‌ କାର୍ଯ୍ୟାଳୟରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

Advertisment

ଆଜି ଦି’ ପହରରେ ନିଜ ପଂଚାୟତରେ କିଛି କାମରେ ସଇଁତଳା ବ୍ଲକକୁ ଆସିଥିଲେ ଡୁଙ୍ଗୁରିପାଲି ପଂଚାୟତର ସରପଞ୍ଚ ଗଜପତି ସାହୁ। ସେ ବ୍ଲକ୍‌ କାର୍ଯ୍ୟାଳୟ ଭିତରେ ବସିଥିଲେ। ଠିକ୍‌ ସେହି ସମୟରେ ଦୁଇ ଜଣ ଯୁବକ ଧସେଇ ପଶିଥିଲେ। ସରପଞ୍ଚଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ।

ସରପଞ୍ଚ ଜୀବନ ବଞ୍ଚାଇବାକୁ ବିଡ଼ିଓଙ୍କ ଅଫିସ୍‌ ଭିତରରେ ପଶି ଯାଇଥିଲେ। ବିଡ଼ିଓ ସରପଞ୍ଚଙ୍କୁ ପାଣି ପିଇବାକୁ ଦେଇ ଜୀବନ ବଞ୍ଚାଇଥିଲେ। ଆକ୍ରମଣ କରି ଦୁଇ ଯୁବକ ଫେରାର ହୋଇଯାଇଥିଲେ। ଆକ୍ରମଣ କରିଥିବା ଦୁଇ ଯୁବକ ହେଲେ ସଇଁତଳାର କୃଷ୍ଣ ଗହୀର ଓ ସାରଥୀ ସାହୁ। ଦୁଇଜଣଙ୍କ ନାଁରେ ସରପଞ୍ଚ ସଇଁତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରାଜନୈତିକ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି। ଆକ୍ରମଣକାରୀମାନେ ଜଣେ ସ୍ଥାନୀୟ ନେତାଙ୍କ ଘନିଷ୍ଠ ଲୋକ ହୋଇଥିବା ଚର୍ଚ୍ଚା ହେଉଛି। ପୁଲିସକୁ ସିସିଟିଭି ଫୁଟେଜ ପ୍ରଦାନ କରାଯାଇଥିବା କହୁଛନ୍ତି ବିଡ଼ିଓ।

Advertisment
Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe