Advertisment

RTIରେ ତଥ୍ୟ ମାଗିବାରୁ ପିଟିଲେ ସରପଞ୍ଚଙ୍କ ସ୍ୱାମୀ

ଆରଟିଆଇରେ ତଥ୍ୟ ମାଗ ନାହିଁ ବୋଲି ସରପଞ୍ଚଙ୍କ ସ୍ୱାମୀ କହିଥିବା ନେଇ କହିଛନ୍ତି ଆକ୍ରମଣର ଶିକାର ହୋଥିବା ସନ୍ତୋଷ କୁମାର ବେହେରା।

ଅଦ୍ୟତନ ହୋଇଛି
Khorda

Khorda

Advertisment

ମହଙ୍ଗା ପଡ଼ିଲା ଆରଟିଆଇରେ ତଥ୍ୟ ମାଗିବା। ଆରଟିଆଇରେ ତଥ୍ୟ ମାଗିଥିବା ଜଣେ ଯୁବକଙ୍କୁ ଖୋର୍ଦ୍ଧା ଜିଲ୍ଲା ଶଗଡ଼ଭଙ୍ଗା ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ନିସ୍ତୁକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି।

Advertisment

ସରପଞ୍ଚଙ୍କ ସ୍ୱାମୀ ମାଡ଼ରେ ଆହତ ଯୁବକଙ୍କ ନାଁ ସନ୍ତୋଷ କୁମାର ବେହେରା। ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ତାଙ୍କ ପକ୍ଷରୁ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। 

ସୂଚନା ଅନୁସାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଫଳକ ମାରି ବ୍ୟାପକ ହରିଲୁଟ ହେଉଥିବା ଅଭିଯୋଗ କରି ଶଗଡ଼ଭଙ୍ଗା ପଞ୍ଚାୟତର ଯୁବକ ସନ୍ତୋଷ ବେହେରା ବେଗୁନିଆ ବିଡିଓଙ୍କୁ ଆରଟିଆଇରେ ତଥ୍ୟ ମାଗିଥିଲେ। ଆଉ ତଥ୍ୟ ମିଳିବା ପୂର୍ବରୁ ଶଗଡ଼ଭଙ୍ଗା ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଦୁର୍ଗା ଚରଣ ସ୍ୱାଇଁ ତାଙ୍କୁ ସର୍ବସାଧାରଣରେ ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ଦୁର୍ଗାଙ୍କ ଆକ୍ରମଣରେ ସନ୍ତୋଷଙ୍କ ପେଟ ଓ ଛାତିରେ ଆଘାତ ଲାଗିଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆରଟିଆଇରେ ତଥ୍ୟ ନ ମାଗିବାକୁ ସରପଞ୍ଚଙ୍କ ସ୍ୱାମୀ ତାଙ୍କୁ କହିଥିବା ସନ୍ତୋଷ କୁମାର ବେହେରା କହିଛନ୍ତି। 

Advertisment

ପଞ୍ଚାୟତରେ ଏଭଳି ଘଟଣା ପରେ ଏକ ଭୟର ବାତାବରଣ ସୃଷ୍ଟି କରାଯାଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟପଟେ ସରପଞ୍ଚଙ୍କ ସ୍ୱାମୀ ଦୁର୍ଗାଚରଣ ତାଙ୍କ ନାମରେ ଆସିଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି।

Khorda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe