Advertisment

ଲୋକାର୍ପଣ କରିଥାଆନ୍ତେ ଗୃହରାଷ୍ଟ୍ର ମନ୍ତ୍ରୀ, ଭାଙ୍ଗିଦେଲେ ଫଳକ

କାକଟପୁର ବ୍ଲକ୍‌ ପରିସରରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ମିଶନ ଶକ୍ତି କାଫେ ଓ ୩୫ ଲକ୍ଷ ଟଙ୍କା ବ୍ୟୟରେ ମିଶନ ଶକ୍ତି ଭବନ ନିର୍ମାଣ ହୋଇଥିଲା। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ଲୋକାର୍ପିତ କରିବାର ଥିଲା।

Konark

Konark

Advertisment

ବିଶୃଙ୍ଖଳାର ଚରମ ସ୍ଥିତି। ଲୋକାର୍ପଣ ପୂର୍ବରୁ ଭାଙ୍ଗିଦେଲେ ଫଳକ। ତାହା ପୁଣି ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଅଞ୍ଚଳ ଭାବେ ପରିଚିତ ପୁରୀ ଜିଲ୍ଲା କାକଟପୁର ବ୍ଲକ୍‌ ଅଫିସ୍‌ରେ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଦୁଇ ପକ୍ଷରୁ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି।

Advertisment

କାକଟପୁର ବ୍ଲକ୍‌ ପରିସରରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ମିଶନ ଶକ୍ତି କାଫେ ଓ ୩୫ ଲକ୍ଷ ଟଙ୍କା ବ୍ୟୟରେ ମିଶନ ଶକ୍ତି ଭବନ ନିର୍ମାଣ ହୋଇଥିଲା। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ଲୋକାର୍ପିତ କରିବାର ଥିଲା। ହେଲେ ସୋମବାର ରାତିରେ କାକଟପୁର ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀଧର ନାୟକଙ୍କ ସମର୍ଥକ ଓ ତାଙ୍କ ପତ୍ନୀ ତଥା ସ୍ଥାନୀୟ କଣ୍ଟାପଡା ସରପଞ୍ଚ ରୀନା ନାୟକଙ୍କ ସମର୍ଥକ ଲୋକାର୍ପିତ ହେବାକୁ ଥିବା ଦୁଇଟି ପ୍ରକଳ୍ପର ଫଳକକୁ ତାଡି ଦେଇଥିବା ଅଭିଯୋଗ ହୋଇଛି।

ଉଭୟ ଫଳକରେ ଉଦ୍ଦେଶ୍ୟମୂଳକ ଭାବେ ସରପଞ୍ଚଙ୍କ ନାଁ ରଖା ଯାଇନଥିବା ଯୋଗୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଧ୍ୟକ୍ଷ ଶ୍ରୀଧର ନାୟକ, ମନ୍ତ୍ରୀ ତୁଷାରକାନ୍ତିଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ସେପଟେ ମନ୍ତ୍ରୀଙ୍କ ସମର୍ଥକମାନେ ବ୍ଲକ୍‌ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ ତଥା ସ୍ଥାନୀୟ ସରପଞ୍ଚଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଏଥିସହ ସରପଞ୍ଚଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ମନ୍ତ୍ରୀ ବା ପୁଲିସର ପ୍ରତିକ୍ରିୟା ମିଳିପାରିନି।

Advertisment

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

Puri Konark
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe