୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସୁସୁବା ପଞ୍ଚାୟତର ସରପଞ୍ଚ ମାମାଲି ସାମଲ। ଭିଜିଲାନ୍ସ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ସରପଞ୍ଚଙ୍କ ଅଫିସ ଓ ଘରେ ଚଢ଼ାଉ କରିଛି।
‘ମୋ ପୋଖରୀ’ ଯୋଜନାର ବିଲ୍ ପାସ କରାଇ ଦେବା ପାଇଁ ଜଣେ ହିତାଧିକାରୀଙ୍କଠାରୁ ୨୦ ହଜାର ଲାଞ୍ଚ ମାଗିଥିଲେ ସରପଞ୍ଚ। ଏନେଇ ଅନୁଗୋଳ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ ହିତାଧିକାରୀ ଜଣଙ୍କ।
Also Read
ଏହାପରେ ଯୋଜନା ମୁତାବକ ଗତକାଲି ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କଠାରୁ ସରପଞ୍ଚ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍। ଆଉ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ସରପଞ୍ଚଙ୍କ ଘର ଓ ଅଫିସରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏଥିସହ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା ଭିଜିଲାନ୍ସ ଟିମ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସରକାର ଆଡେଇଦେଲେ, ବିଷ୍ଣୁପଦଙ୍କୁ ସହ ଅଭିଯୁକ୍ତ ଦର୍ଶାଇ ଗିରଫ କରିପାରେ ସିବିଆଇ!
ସିବିଆଇର ତଦନ୍ତକାରୀ ଅଫିସର ଗୁରଜିନ୍ଦର ସିଂ ଗତ ୬ଦିନ ଧରି ଭୁବନେଶ୍ୱରରେ ଡେରା ପକାଇଛନ୍ତି । ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ଜେନେରାଲ ମ୍ୟାନେଜର(ଇଷ୍ଟକୋଷ୍ଟ) ଭୂପେନ୍ଦ୍ର କୁମାର ସିଂହଙ୍କୁ ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସକୁ ଡାକି ଜେରା କରାଯାଇଛି ।
Crime
ଭୁବନେଶ୍ୱରରେ ହରିୟାଣା ପୁଲିସ୍, ଘରକୁ ଘର ବୁଲି ଖୋଜୁଛି
ଇନ୍ଫୋସିଟି ଥାନା ପୁଲିସ୍ ସହାୟତାରେ ହରିୟାଣା ପୁଲିସ୍ ପ୍ରଶାନ୍ତି ବିହାରକୁ ଯାଇଥିଲେ। ଘରକୁ ଘର ବୁଲି ଲୋକଙ୍କୁ ପଚାରିଥିଲେ। ଏପରିକି ମୋବାଇଲ ଲୋକେସନ୍ ମିଳିଥିବା ଘରେ ସର୍ଚ୍ଚ କରିଥିଲେ।
Crime
ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ସେକ୍ସନ ଅଫିସର
ପେନସନ କାମ କରାଇ ଦେବାକୁ ଲାଞ୍ଚ ମାଗିଥିଲେ ସେକ୍ସନ ଅଫିସର।
Crime
ସମ୍ପତ୍ତି ପାଇଁ ଗର୍ଲଫ୍ରେଣ୍ଡ ସହ ମିଶି ବାପାଙ୍କୁ ଜୀବନ୍ତ ଜାଳି ଦେଲା
ଯୋଜନା ଅନୁସାରେ ସଂଗୀତା ବେଶ କୌଶଳକ୍ରମେ ରାମୁଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲା।
Crime
କୋଲ୍ଡଡ୍ରିଙ୍କସ୍ ବୋତଲରେ ଚାଲାଣ ହେଉଥିଲା ଦେଶୀ ମଦ; ମାଡ଼ି ବସିଲା ପୁଲିସ
ଗୋଟିଏ ବ୍ୟାଗ ଖୁଣ୍ଟାରୁ ନେଇ ଭୁବନେଶ୍ୱରରେ ପହଞ୍ଚାଇଲେ ମାଲିକ ସେମାନଙ୍କୁ ୫ଶହ ଟଙ୍କା ଦେଉଥିବା କହିଛନ୍ତି ଗିରଫ ଅଭିଯୁକ୍ତ।