Advertisment

ବଧୂ ନିର୍ଯାତନା ଅଭିଯୋଗ ମାମଲା; କୋର୍ଟରେ ହାଜର ହେଲେନି ଶଶୀଭୂଷଣ ବେହେରା

ବାଙ୍କୀ ଏସଡିଜେଏମ କୋର୍ଟରେ ଆଜି ମାମଲାର ଶୁଣାଣି ଥିବା ବେଳେ ଶଶୀଭୂଷଣ ବେହେରା ଦ୍ୱିତୀୟ ଥର ପାଇଁ ହାଜର ହୋଇ ନାହାନ୍ତି।

author-image
Niharika Rout
Sashi Bhusan Behera

Sashi Bhusan Behera

ବଧୂ ନିର୍ଯାତନା ଅଭିଯୋଗ ମାମଲାରେ କୋର୍ଟରେ ହାଜର ହେଲେନି ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା। ବାଙ୍କୀ ଏସଡିଜେଏମ କୋର୍ଟରେ ଆଜି ମାମଲାର ଶୁଣାଣି ଥିବା ବେଳେ ଶଶୀଭୂଷଣ ବେହେରା ଦ୍ୱିତୀୟ ଥର ପାଇଁ ହାଜର ହୋଇ ନାହାନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ସେ କୋର୍ଟକୁ ଆସିନଥିବା ସୂଚନା ମିଳିଛି। ତେବେ ମାମଲାରେ ଅନ୍ୟତମ ଅଭିଯୁକ୍ତ ତାଙ୍କ ପୁଅ ସତ୍ୟଭୂଷଣ ବେହେରା କିନ୍ତୁ କୋର୍ଟରେ ହାଜର ହୋଇଥିଲେ।

Advertisment

ନିଜ ବୋହୁ ରୋନାଲୀ ବେହାରାଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା ଓ ତାଙ୍କ ପୁଅ ସତ୍ୟଭୂଷଣ ବେହେରାଙ୍କ ବିରୋଧରେ ବାଙ୍କୀ ଏସଡିଜେଏମ୍ କୋର୍ଟରେ ମାମଲା ଚାଲିଛି। ଆଗାମୀ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ରୋନାଲି କରିଥିବା ଅଭିଯୋଗ ଅନୁଯାୟୀ, ବିବାହ ପରେ ୪୦ ଲକ୍ଷ ଟଙ୍କାର ଯୌତୁକ ଦାବି କରି ଶ୍ୱଶୁର ଘର ଲୋକେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଏନେଇ ଶ୍ୱଶୁରଙ୍କୁ ଜଣାଇବା ପରେ ସେ ତାଙ୍କୁ ଓଲଟା ଗାଳିଗୁଲଜ କରୁଥିଲେ। ତେଣୁ ସେ ସ୍ୱାମୀ, ଶାଶୁ, ଶ୍ୱଶୁରଙ୍କ ସମେତ ୫ ଜଣଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ।

Advertisment

ଏଥିସହ ସ୍ୱାମୀଙ୍କର ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ଥିବା ବେଳେ ତାଙ୍କୁ ସଫା କରି ଅନ୍ୟତ୍ର ବିବାହ କରିବାକୁ ଧମକ ଦେଉଥିବା ବି ରୋନାଲି ନିଜ ଅଭିଯୋଗରେ ଦର୍ଶାଇଥିଲେ। ନିର୍ଯାତନା ଅସହ୍ୟ ହେବାରୁ ସେ ୨୦୨୧ ମସିହା ଜୁଲାଇ ୩୧ରେ ନିଜ ବାପ ଘରକୁ ଚାଲି ଯାଇଥିଲେ। ଏହାପରେ ତାଙ୍କୁ ଆଉ ଶାଶୁ ଘର ଲୋକେ ନେଉ ନ ଥିବା ସେ ଅଭିଯୋଗ କରିଥିଲେ ।

ବୋହୂଙ୍କ ସମସ୍ତ ଅଭିଯୋଗକୁ ଶଶୀଭୂଷଣ ବେହେରା ଖଣ୍ଡନ କରିବା ସହ ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲେ। ବୋହୂ ସହ କୌଣସି ସମ୍ପର୍କ ନ ଥିବା ବେଳେ ଯୌତୁକ ନିର୍ଯାତନାର ପ୍ରଶ୍ନ ଉଠୁନି ବୋଲି ସେ ସଫେଇ ଦେଇଥିଲେ। ଏବେ ଏହି ମାମଲାର ଶୁଣାଣି ଚାଲିଛି ।

Cuttack Torture;