Advertisment

ବିନା ଶାର୍ଟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଘରକୁ ପଠାଇଲେ ପ୍ରିନ୍ସିପାଲ

ଦଶମ ପରୀକ୍ଷା ସରିଲା ବୋଲି ଖୁିସିରେ ଜଣେ ଜଣକ ଶାର୍ଟରେ ଶୁଭେଚ୍ଛା ଲେଖି ସେଲିବ୍ରେସନ କରୁଥିଲେ ଛାତ୍ରୀ। ପ୍ରିନ୍ସିପାଲଙ୍କୁ ଏହା ପସନ୍ଦ ନଆସିବାରୁ ପ୍ରାୟ ଶହେ ଛାତ୍ରୀଙ୍କୁ ଶାର୍ଟ ଖୋଲି ଘରକୁ ଯିବାକୁ ବାଧ୍ୟ କରାଯାଇଥିଲା।

Local MLA and Parents

Local MLA and Parents

Advertisment

ଦଶମ ଶ୍ରେଣୀ ପରୀକ୍ଷା ସରିଲା ବୋଲି ଖୁସିରେ ସେଲିବ୍ରେସନ କରୁଥିଲେ ଛାତ୍ରୀ। ଜଣେ ଜଣକ ଶାର୍ଟରେ ଲେଖୁଥିଲେ ଶୁଭେଚ୍ଛାର ବାର୍ତ୍ତା। ଏଭଳି ସେଲିବ୍ରେସନରେ ରାଗିଯାଇ ଛାତ୍ରୀମାନଙ୍କୁ ଶାର୍ଟ ଖୋଲିବାକୁ ବାଧ୍ୟ କରି ଘରକୁ ପଠାଇ ଦେଇଥିଲେ ସ୍କୁଲର ପ୍ରିନ୍ସିପାଲ। ଏଭଳି ଅଭାବନୀୟ ଘଟଣା ଝାରଖଣ୍ଡ ଧାନବାଦର ଏକ ପ୍ରତିଷ୍ଠିତ ଘରୋଇ ସ୍କୁଲରେ ଘଟିଛି। 

Advertisment

ସୂଚନା ଅନୁସାରେ ଗୁରୁବାର ଦଶମ ପରୀକ୍ଷା ସରୁଥିବାରୁ ସେହିଦିନକୁ ଛାତ୍ରୀମାନେ 'ପେନ୍ ଡେ' ଭାବେ ସେଲିବ୍ରେସନ କରିଥିଲେ। ସମସ୍ତେ ନିଜ ନିଜ ସାଙ୍ଗକୁ ଶୁଭେଚ୍ଛା ଜଣାଇବାକୁ ଯାଇ ସେମାନଙ୍କ ଶାର୍ଟରେ ଶୁଭେଚ୍ଛା ବାର୍ତ୍ତା ଲେଖିଥିଲେ। ପ୍ରାୟ ଶହେ ଛାତ୍ରୀ ଏହି ସେଲିବ୍ରେସନରେ ଭାଗ ନେଇଥିଲେ। ହେଲେ ଏଭଳି ସେଲିବ୍ରେସନ ସ୍କୁଲର ପ୍ରିନ୍ସିପାଲଙ୍କୁ ପସନ୍ଦ ଆସିନଥିଲା। ସେ ଏଥିରେ ରାଗିଯାଇ ଛାତ୍ରୀମାନଙ୍କୁ ଗାଳି ଦେଇଥିଲେ। ଏତିକି ନୁହେଁ, ସମସ୍ତଙ୍କୁ ନିଜ ନିଜ ଶାର୍ଟ ଖୋଲିବାକୁ ମଧ୍ୟ ବାଧ୍ୟ କରିଥିଲେ। ଦଶମ ଶ୍ରେଣୀ ଛାତ୍ରୀମାନଙ୍କୁ କେବଳ ବ୍ଲେଜର୍ସ ପିନ୍ଧି ଘରକୁ ଯିବାକୁ ମିଳିଥିଲା ଅନୁମତି।

ଏଭଳି ଅବସ୍ଥାରେ ଘରକୁ ଛାତ୍ରୀମାନେ ଯାଇ ବାପା ମାଆଙ୍କ ନିକଟରେ କାନ୍ଦିଥିଲେ। ଜଣେ ଛାତ୍ରୀଙ୍କର ଭିଡିଓ ସୋଶାଲ ମିଡିଆରେ ମଧ୍ୟ ଖୁବ ଭାଇରାଲ ହେଉଛି। ଯେଉଁଥିରେ ସେଦିନ ତାଙ୍କ ସହ ହୋଇଥିବା ବ୍ୟବହାରକୁ କାନ୍ଦି କାନ୍ଦି ବଖାଣିଛନ୍ତି ଛାତ୍ରୀ ଜଣକ। ଏହି ଘଟଣା ପରେ ଅଭିଭାବକମାନେ ଡେପୁଟି କମିଶନରଙ୍କ ନିକଟକୁ ଯାଇ ଘରୋଇ ସ୍କୁଲର ପ୍ରିନ୍ସିପାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସ୍ଥାନୀୟ ବିଧାୟିକା ରାଗିଣୀ ସିଂହ ମଧ୍ୟ ଅଭିଭାବକମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ସେ ଏହି ଘଟଣାକୁ ଦୁର୍ଭାଗ୍ୟ ଓ ଲଜ୍ଜ୍ୟାଜନକ ବୋଲି କହିଛନ୍ତି।

Advertisment

ଅନ୍ୟପଟେ ଡେପୁଟି କମିଶନର ମାଧବୀ ମିଶ୍ରା ଏ ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛନ୍ତି। ସେ ଏହାର ତଦନ୍ତ ପାଇଁ ଏକ କମିଟି ଗଠନ କରିଛନ୍ତି। ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଅଭିଭାବକମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି ଯେ ଜଣେ ମହିଳା ଭାବେ ବଢ଼ିଲା ଝିଅମାନଙ୍କ ପ୍ରତି ଏଭଳି ବ୍ୟବହାର ଦେଖି ମୁଁ ଆଶ୍ଚର୍ଯ୍ୟ। ଏହି ଘଟଣାରେ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ।

Crime Jharkhand School Principal Removes Girl Students Shirt Jharkhand News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe