Advertisment

ଫେଲ କରିଦେବାର ଧମକ ଦେଇ ୭ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ପ୍ରନ୍ସିପାଲ

ଗୋଟିଏ ସରକାରୀ ସ୍କୁଲର ପ୍ରିନ୍ସିପାଲଙ୍କୁ ପୁଲିସ୍‌ ଗିରଫ କରିଛି। ସେହିପରି ତାଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବନ ମଧ୍ୟ କରାଯାଇଛି।

author-image
Hemant Lenka
Stop Rape

Stop Rape

ଶିକ୍ଷା ଭଳି ପବିତ୍ର ଶବ୍ଦରେ କଳଙ୍କର ଦାଗ ଲଗାଇଛନ୍ତି ଜଣେ ପ୍ରିନ୍ସିପାଲ। ସେ ନିଜ ସ୍କୁଲର ଜଣେ ୧୧ ବର୍ଷୀୟ ୭ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛନ୍ତି। ଏଥିସହ ତାଙ୍କୁ ବାହା ହେବାକୁ ପ୍ରସ୍ତାବ ବି ଦେଇଛନ୍ତି। ଏହା ସାମ୍ନାକୁ ଆସିବା ପରେ ଆଲିଗଡ଼ରେ ଥିବା ଗୋଟିଏ ସରକାରୀ ସ୍କୁଲର ପ୍ରିନ୍ସିପାଲଙ୍କୁ ପୁଲିସ୍‌ ଗିରଫ କରିଛି। ସେହିପରି ତାଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବନ ମଧ୍ୟ କରାଯାଇଛି।

Advertisment

ଅତ୍ରୌଲି ଡିଏସ୍‌ପି ରାଜୀବ ଦ୍ୱିବେଦୀ କହିଛନ୍ତି, “ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଜେଲକୁ ପଠାଇ ଦିଆଯାଇଛି। ସେହିପରି ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି ଓ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ପୁଲିସ୍‌ର କହିବା କଥା ଯେ ୫୦ ବର୍ଷୀୟ ପ୍ରିନ୍ସିପାଲ ଜଣଙ୍କ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ସହ ଅଶ୍ଳୀଳ ବ୍ୟବହାର କରୁଥିଲେ। ସେ ଏହାକୁ ବିରୋଧ କରିବାରୁ ତାଙ୍କୁ ପରୀକ୍ଷାରେ ଫେଲ କରି ଦେବାର ଧମକ ଦେଉଥିଲେ। ବେଶ କିଛି ସମୟ ଧରି ଏପରି ଚାଲିଥିଲା। ଶେଷରେ ନିର୍ଯାତନା ସହି ନ ପାରି ଛାତ୍ରୀ ଜଣଙ୍କ ଏନେଇ ତାଙ୍କ ମା’ଙ୍କୁ ଜଣାଇଥିଲେ। ମା’ ଓ ଝିଅ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ।

Advertisment

ପୀଡ଼ିତାଙ୍କ ମା’ ଅଭିଯୋଗ କରିଛନ୍ତି ଯେ “ଅଗଷ୍ଟ ୨୩ ସନ୍ଧ୍ୟାରେ ମୋ ଝିଅ ଘରକୁ ଆସିଥିଲା। ତା’ ମୁହଁ ଶୁଖି ଯାଇଥିବା ବେଳେ ସେ ପୂରା ଦୁଃଖରେ ଥିଲା। ମୁଁ ତା’କୁ ପଚାରିବାରୁ ସେ କହିଥିଲା ଯେ ପ୍ରିନ୍ସିପାଲ ତା’ ପ୍ରାଇଭେଟ ପାର୍ଟକୁ ସ୍ପର୍ଶ କରିଥିଲେ। ଏଥିସହ ଖରାପ କଥା ସବୁ ସେ କହିଛନ୍ତି। ପୂରା ଘଟଣା ସମ୍ପର୍କରେ କହିବା ବେଳେ ମୋ ଝିଅ କାନ୍ଦି ପକାଇଥିଲା। ପ୍ରିନ୍ସିପାଲ ମୋ ଝିଅକୁ କହିଛନ୍ତି ଯେ ‘ମୁଁ ତୁମକୁ ବହୁତ ଭଲ ପାଏ ଓ ବାହା ହେବାକୁ ମୋର ଇଚ୍ଛା’। ଏକଥା ଶୁଣି ମୋ ଝିଅ ବିରୋଧ କରିଥିଲା। ହେଲେ ସେ ତା’କୁ ପରୀକ୍ଷାରେ ଫେଲ କରିଦେବାର ଧମକ ଦେଇଛନ୍ତି।” 

ଝିଅ ଠାରୁ ସବୁ ଶୁଣିବା ପରେ ମା’ ଜଣଙ୍କ ପ୍ରଥମେ ଶିକ୍ଷା ଅଧିକାରୀଙ୍କ ପାଖକୁ ଯାଇଥିଲେ। ଏହାପରେ ବ୍ଲକ ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପ୍ରାଥମିକ ତଦନ୍ତରୁ ପ୍ରିନ୍ସିପାଲଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ସତ୍ୟତା ରହିଛି। ଏଥିପାଇଁ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି ଶିକ୍ଷାଧିକାରୀ ଡ ରାକେଶ ସିଂହ କହିଛନ୍ତି। ଏବେ ପ୍ରିନ୍ସିପାଲଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିଛି ଓ ପୁଲିସ୍‌ ତାଙ୍କୁ ଗିରଫ କରିଛି।

Uttar Pradesh Stop Rape