Advertisment

ସୁନା ଲୁଟ୍‌ କରି ଚମ୍ପଟ ମାରିବା ବେଳେ ମାଡ଼ିବସିଲେ ସ୍କୁଲ୍‌ ପିଲା

ସବୁଦିନ ପରି ଆଜି ପଳାଶୁଣି ଏସ୍‌ବିଆଇ ପାଖରେ ଥିବା ସୁନା ଦୋକାନ ଖୋଲିଥିଲା। ଆଉ ଦୋକାନ ଖୋଲି ବସିଥିଲେ ଦୋକାନୀ। ଅପରାହ୍ନରେ ଜଣେ ଯୁବକ ହାତ ସ୍ପ୍ରେ କରି ଦୋକାନରେ ପଶିଥିଲା। ସେ ପ୍ରଥମେ ଦୋକାନୀଙ୍କ ମୁହଁରେ ସ୍ପ୍ରେ କରିଥିଲା।

ଅଦ୍ୟତନ ହୋଇଛି
BBSR

BBSR

Advertisment

ସୁନା ଲୁଟ୍‌ କରି ଚମ୍ପଟ ମାରିବା ବେଳେ ମାଡ଼ିବସିଲେ ସ୍କୁଲ ପିଲା। ଆଜି ଦିନ ଦି’ପରେ ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। କମିଶନରେଟ୍‌ ପୁଲିସ୍‌ ଲୁଟେରାକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ସବୁଦିନ ପରି ଆଜି ପଳାଶୁଣି ଏସ୍‌ବିଆଇ ପାଖରେ ଥିବା ସୁନା ଦୋକାନ ଖୋଲିଥିଲା। ଆଉ ଦୋକାନ ଖୋଲି ବସିଥିଲେ ଦୋକାନୀ। ଅପରାହ୍ନରେ ଜଣେ ଯୁବକ ହାତ ସ୍ପ୍ରେ କରି ଦୋକାନରେ ପଶିଥିଲା। ସେ ପ୍ରଥମେ ଦୋକାନୀଙ୍କ ମୁହଁରେ ସ୍ପ୍ରେ କରିଥିଲା। ତା’ପରେ ଗହଣା ପତ୍ର ଧରି ଚମ୍ପଟ ମାରୁଥିଲା। ଦୋକାନୀ ଜଣକ ଚିତ୍କାର କରିବାରୁ ସେହି ରାସ୍ତା ଦେଇ ଯାଉଥିବା ସ୍କୁଲ ପିଲାମାନେ ଚୋରକୁ ମାଡ଼ି ବସିଥିଲେ।

ସ୍କୁଲ ପିଲାମାନେ ଚୋରକୁ ଧରି ସ୍ଥାନୀୟ ଲୋକଙ୍କୁ ଦେଇଥିଲେ। ସ୍ଥାନୀୟ ଲୋକେ ତା’ ହାତ ବାନ୍ଧି ବହେ ଛେତିଥିଲେ। ଯିଏ ଯେମିତି ପାରିଲା ଛେତି ଚାଲିଲା। ମଞ୍ଚେଶ୍ୱର ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ କବଳରୁ ଚୋରକୁ ଉଦ୍ଧାର କରିଥିଲେ। ପୁଲିସ ଯୁବକକୁ ଅଟକ ରଖି ଜେରା କରୁଛି।

Advertisment
Loot Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe