Advertisment

୨ ନର୍ସରୀ ଛାତ୍ରୀଙ୍କୁ ସ୍କୁଲ ସୁଇପରର ଯୌନ ନିର୍ଯାତନା

ପୁଲିସ୍‌ ଏହି ଅଭିଯୋଗକୁ ଭିତ୍ତି କରି ଶନିବାର ୨୪ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି। କିନ୍ତୁ ଦୁଇ ଛାତ୍ରୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ପୁଲିସ୍‌ ଅଭିଯୋଗ ପାଇବାର ୧୨ ଘଣ୍ଟା ପରେ ଏଫଆଇଆର ରୁଜୁ କରିଥିଲା।

Stop Rape

Stop Rape

Advertisment

ଦୁଇ ଜଣ ୪ ବର୍ଷୀୟ ନର୍ସରୀ ଛାତ୍ରୀ ସ୍କୁଲ ସୁଇପର ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଥାନେରେ ଥିବା ଗୋଟିଏ ଇଂରାଜୀ ମିଡିୟମ ସ୍କୁଲରେ ଏପରି ଘଟଣା ଘଟିଛି। କିଛି ଦିନ ତଳେ ସ୍କୁଲରେ ନୂଆ କରି ନିଯୁକ୍ତି ପାଇଥିବା ସୁଇପର ଜଣଙ୍କ ନାଁରେ ଏପରି ଅଭିଯୋଗ ଆସିଛି।

Advertisment

ପୁଲିସ୍‌ ଏହି ଅଭିଯୋଗକୁ ଭିତ୍ତି କରି ଶନିବାର ୨୪ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି। କିନ୍ତୁ ଦୁଇ ଛାତ୍ରୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ପୁଲିସ୍‌ ଅଭିଯୋଗ ପାଇବାର ୧୨ ଘଣ୍ଟା ପରେ ଏଫଆଇଆର ରୁଜୁ କରିଥିଲା।

ଜିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ବିକାଶର ହସ୍ତକ୍ଷେପ ପରେ ପୁଲିସ କାର୍ଯ୍ୟାଷ୍ଠାନ ନେଇଛି। ଏହାବାଦ ସ୍କୁଲ କର୍ତ୍ତୃପକ୍ଷ କେମିତି ଛାତ୍ରୀମାନଙ୍କୁ ୱାଶରୁମ ନେବାକୁ କେମିତି ଜଣେ ପୁରୁଷ ସୁଇପରକୁ ଅଗଷ୍ଟ ୧ରେ ନିଯୁକ୍ତି କଲେ, ତା’ ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

Advertisment

ପୂରା ଘଟଣା ଗୁରୁବାର ସାମ୍ନାକୁ ଆସିଥିଲା। ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଦୁଇ ଜଣ ଛାତ୍ରୀଙ୍କ ମଧ୍ୟରୁ ଜଣେ ତାଙ୍କ ଜେଜେବାପାଙ୍କୁ ଏ ବିଷୟରେ କହିଥିଲେ। ସ୍କୁଲ ସୁଇପର ଜଣକ ତାଙ୍କୁ ଓ ତାଙ୍କର ବନ୍ଧୁଙ୍କୁ ୱାଶରୁମ ନେବା ବେଳେ କେମିତି ନିର୍ଯାତନା ଦେଇଥିଲେ, ସେକଥା ସେ ଜେଜାବାପାଙ୍କୁ ଜଣାଇଥିଲେ।

ଏହାପରେ ପ୍ରଥମ ଛାତ୍ରୀଙ୍କ ପରିବାର ଲୋକ ଦ୍ୱିତୀୟ ଛାତ୍ରୀଙ୍କ ଘର ଲୋକଙ୍କ ସହ କଥା ହୋଇଥିଲେ। ଦ୍ୱିତୀୟ ଛାତ୍ରୀ ଜଣଙ୍କ ମଧ୍ୟ ସ୍କୁଲ ଯିବାକୁ ଡରୁଥିବା ଜଣାପଡ଼ିଥିଲା। ଶେଷରେ ଦୁଇ ପରିବାରର ଲୋକ ନିଜ ପିଲାଙ୍କର ମେଡିକାଲ ଚେକଅପ କରିଥିଲେ। ଏହି ସମୟରେ ସେମାନେ ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣାପଡ଼ିଥିଲା।

ଶେଷରେ ସେମାନେ ମହାରାଷ୍ଟ୍ର ନବ ନିର୍ମାଣ ସେନାର ଜଣେ ନେତାଙ୍କ ପାଖରେ ପହଞ୍ଚିଥିଲେ। ସେ ଉଭୟଙ୍କୁ ଶୁକ୍ରବାର ପୁଲିସ୍‌ ଷ୍ଟେସନ ନେଇଥିଲେ। ପୁଲିସ୍‌ ଷ୍ଟେସନରେ ସେମାନଙ୍କ ବୟାନ ରେକର୍ଡ କରାଇବା ପରବର୍ତ୍ତେ ଅପେକ୍ଷା କରିବାକୁ କୁହାଯାଇଥିଲା।

ପୁଲିସ୍‌ ଅଭିଯୋଗ ପାଇବା ପରେ ସ୍କୁଲରେ ପହଞ୍ଚିଥିଲା। ସିସିଟିଭି ଯାଞ୍ଚ କରିବାକୁ ପୁଲିସ୍‌ ଚେଷ୍ଟା କରୁଥିବା ବେଳେ ଏହା କାମ କରୁ ନଥିବା ଜଣାପଡ଼ିଥିଲା। ତେଣୁ ପୁଲିସ୍‌ ପ୍ରଥମେ ଏଫଆଇଆର ରୁଜୁ କରି ନଥିଲା।

କିନ୍ତୁ ଜିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗର ହସ୍ତକ୍ଷେପ ପରେ ପୁଲିସ୍‌ ଏଫଆଇଆର ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ଏଥିସହ ସରକାରୀ ହସ୍ପିଟାଲରେ ଦୁଇ ଛାତ୍ରୀଙ୍କ ଡାକ୍ତରୀ ମାଇନା ମଧ୍ୟ କରିଛି।

Maharashtra Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe