Advertisment

ହିନ୍ଦୁ ଛାତ୍ରଙ୍କୁ ପିଟିବାକୁ ମୁସଲିମ୍‌ ଛାତ୍ରଙ୍କୁ କହିଲେ ଶିକ୍ଷୟିତ୍ରୀ, ବନ୍ଧା ହେଲେ

ଶାସ୍ତି ସ୍ୱରୂପ କ୍ଲାସ୍‌ରେ ସମସ୍ତଙ୍କ ସମ୍ମୁଖରେ ଶିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଜଣେ ମୁସଲିମ୍‌ ଛାତ୍ର ହିନ୍ଦୁ ଛାତ୍ରଙ୍କ ଗାଲକୁ ବଜାଇଲେ ଶକ୍ତ ଚାପୁଡ଼ା।

author-image
Niharika Rout
Class Room

Class Room

କ୍ଲାସ୍‌ରୁମ୍‌ରେ ଶିକ୍ଷକ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ପାରିଲେନି ଜଣେ ହିନ୍ଦୁ ଛାତ୍ର। ଫଳରେ ଶାସ୍ତି ସ୍ୱରୂପ କ୍ଲାସ୍‌ରେ ସମସ୍ତଙ୍କ ସମ୍ମୁଖରେ ଶିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଜଣେ ମୁସଲିମ୍‌ ଛାତ୍ର ତାଙ୍କ ଗାଲକୁ ବଜାଇଲେ ଶକ୍ତ ଚାପୁଡ଼ା। ଏହି ଘଟଣା ଜଣେ ୧୧ ବର୍ଷୀୟ ଛାତ୍ରଙ୍କୁ ଶକ୍ତ ମାନସିକ ଆଘାତ ଦେଇଥିବା ବେଳେ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍‌ ତତ୍‌କ୍ଷଣାତ ଏପରି କାରନାମା ଘଟାଇଥିବା ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ବାନ୍ଧିଛି। ଏପରି ଏକ ଘଟଣା ଉତ୍ତରପ୍ରଦେଶର ମୁଜାଫରନଗରରେ ଗତ ୨୬ ତାରିଖରେ ଘଟିଛି।

Advertisment

ଗତ ୨୬ ତାରିଖରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ସାଜିସ୍ତା ନାମକ ଛାତ୍ରଙ୍କୁ ଶିକ୍ଷୟିତ୍ରୀ କିଛି ପ୍ରଶ୍ନ ପଚାରିଥିଲେ। ମାତ୍ର ଛାତ୍ରଜଣକ ଶିକ୍ଷୟିତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ପାରି ନ ଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଶିକ୍ଷୟିତ୍ରୀଜଣକ କ୍ଲାସ୍‌ର ଜଣେ ମୁସଲିମ ଛାତ୍ରଙ୍କୁ ଡାକି ସାଜିସ୍ତାଙ୍କ ଗାଲକୁ ଏକ ଶକ୍ତ ଚାପୁଡ଼ା ବଜାଇବାକୁ କହିଥିଲେ। ଶିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ମୁସଲିମ୍‌ ଛାତ୍ରଜଣକ ସାଜିସ୍ତାଙ୍କୁ ସର୍ବ ସମ୍ମୁଖରେ ଏକ ଚାପୁଡ଼ା ମାରିଥିଲେ।

ଏନେଇ ହିନ୍ଦୁ ଛାତ୍ରଜଣକ ଘରେ ସବୁ କଥା କହିବା ପରେ ତାଙ୍କ ବାପା ଗତ ୨୭ ତାରିଖରେ ଥାନାରେ ଏକ ମାମଲା ରୁଜୁ କରିଥିଲେ। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ଗତକାଲି ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି। ଏଥିସହ ସ୍କୁଲ ପକ୍ଷରୁ ମଧ୍ୟ ତାଙ୍କୁ ବହିଷ୍କାର କରାଯାଇଛି।

Advertisment

ସୂଚନା ଅନୁସାରେ, ଅଗଷ୍ଟ ୨୪ରେ ଉତ୍ତର ପ୍ରଦେଶର ମୁଜାଫରପୁରସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ତୃପ୍ତି ତ୍ୟାଗୀ ଜଣେ ମୁସଲିମ ସମ୍ପ୍ରଦାୟର ଛାତ୍ରଙ୍କୁ ଡାକି ପାଠ ପଚାରିଥିଲେ। ସେ ପାଠ ନକହିବାରୁ ଅନ୍ୟ ଜଣେ ଛାତ୍ରଙ୍କୁ ଡାକି ତାଙ୍କୁ ଶକ୍ତ ଚାପୁଡ଼ା ମାରିବାକୁ କହିଥିଲେ। ଏହି ସମୟରେ ସେ ଜାତିଗତ ଆକ୍ଷେପ ମଧ୍ୟ କରିଥିବା ଭାଇରାଲ୍ ଭିଡିଓରେ ଶୁଣିବାକୁ ମିଳିଥିଲା। ଭିଡିଓ ଭାଇରାଲ୍ ହେବା ପରେ ଏନେଇ ସୁପ୍ରିମକୋର୍ଟର ଏକ ମାମଲା ରୁଜୁ କରାଯାଇଥିଲା । ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଦ୍ୱାରା ଏହି ମାମଲାର ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ପୀଡ଼ିତ ଛାତ୍ରଙ୍କ ଅନ୍ୟତ୍ର ପାଠପଢ଼ାରେ ବ୍ୟବସ୍ଥା କରିବା ସହ ଚାପୁଡ଼ା ମାରିଥିବା ପିଲା ଏବଂ ମାଡ଼ ଖାଇଥିବା ପିଲାଙ୍କୁ ମାନସିକ ପରାମର୍ଶ ଦିଆଯିବା ଉଚିତ୍ ବୋଲି କହିଛନ୍ତି।

Uttar Pradesh Students Slap