Advertisment

ସାଇବର ଠକଙ୍କ ଫାନ୍ଦରେ ପଡ଼ିଗଲେ ଶିକ୍ଷକ, ପୁଅ ବିଷୟରେ ଏମିତି କଥା କହି ନେଇଗଲେ ୫୦ ହଜାର

ପୁଅ ସହିତ ଫୋନ୍‌ରେ କଥା ହେବା ପରେ ଠକାମୀର ଶିକାର ହୋଇଥିବା ଜାଣିପାରିଥିଲେ ଶିକ୍ଷକ।

Cyber Crime

cyber crime

Advertisment

‘ଆପଣଙ୍କ ପୁଅ ଡ୍ରଗ୍ସ ମାମଲାରେ ଫସିଛି। ତାକୁ ଛାଡ଼ିବା ପାଇଁ ୫୦ ହଜାର ଟଙ୍କା ଦିଅନ୍ତୁ। ନହେଲେ କୋର୍ଟ ଚାଲାଣ କରିଦେବୁ।’ ନିଜକୁ ସିବିଆଇ ଅଧିକାରୀ କହି ଜଣେ ଶିକ୍ଷକଙ୍କୁ ଏମିତି ଢଙ୍ଗରେ ଠକି ୫୦ ହଜାର ନେଇଯାଇଛନ୍ତି ସାଇବର ଠକ। ଏଭଳି ଏକ ଠକେଇର ଶିକାର ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା କାଟଣା ଗାଁର ଶିକ୍ଷକ ଯଶୋବନ୍ତ ପଲାଇ।

Advertisment

ଗତ ୨୭ ତାରିଖ ଦିନ ୧୦ଟା ୪୫ ମିନିଟରେ ଏକ ଅଜଣା ନମ୍ବରରୁ ଶିକ୍ଷକ ଯଶୋବନ୍ତ ପଲାଇଙ୍କ ମୋବାଇଲ ଫୋନକୁ ଏକ କଲ ଆସିଥିଲା। ଠକ ଜଣଙ୍କ ନିଜକୁ CBI ଅଫିସର ପରିଚୟ ଦେଇ କଥା ହୋଇଥିଲା। ଶ୍ରୀ ପଲାଇଙ୍କୁ ସେ କହିଥିଲେ, ତମ ପୁଅ ଓ ତାର ୩ ଜଣ ସାଙ୍ଗ ଡ୍ରଗ୍ସ ନେବା ସହ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବାରୁ ତାଙ୍କୁ କଷ୍ଟଡିକୁ ଆଣିଛୁ। ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଏଥିରୁ ପୁଅକୁ ବଞ୍ଚାଇବାକୁ ଚାହୁଁଥିଲେ ୫୦ ହଜାର ଟଙ୍କା ପଠାଅ। 

ପୁଅକୁ ସିବିଆଇ ଗିରଫ କରିଥିବା କଥା ଶୁଣି ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ଶିକ୍ଷକ ଯଶୋବନ୍ତ ପଲାଇ। ସେ ତୁରନ୍ତ ଦୁଇଟି କିସ୍ତିରେ ୨୫ ହଜାର ଟଙ୍କା ଲେଖାଏଁ ସାଇବର ଠକଙ୍କ ପାଖକୁ ପଠାଇ ଦେଇଥିଲେ। ଶିକ୍ଷକ ଶ୍ରୀ ପଲାଇ ପାଲରେ ପଡ଼ିଯାଇଥିବା ଜାଣି ସାଇବର ଠକ ଆହୁରି ୨ ଲକ୍ଷ ଟଙ୍କା ଦାବି କରିଥିଲେ। ହେଲେ ତା’ ପରେ ପରେ ଭୁବନେଶ୍ୱରରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଜି କରୁଥିବା ପୁଅ ଜୟ ପ୍ରକାଶଙ୍କ ସହ କଥା ହେବା ପରେ ସେ ଠକେଇର ଶିକାର ହୋଇଥିବା ଜାଣିଥିଲେ ଶିକ୍ଷକ ଯଶୋବନ୍ତ ପଲାଇ। ଏନେଇ ସେ ରାଜକନିକା ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୁଲିସ। 

Advertisment
Cyber Fraud Cyber Loot Cyber Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe