Advertisment

ଅପହରଣ ପରେ ୧୪ ବର୍ଷୀୟ ସହପାଠୀଙ୍କୁ ବୁଲାଇ ବୁଲାଇ ଦୁଷ୍କର୍ମ

ପ୍ରଥମେ ଗୋଟିଏ ହୋଟେଲରେ ଅଭିଯୁକ୍ତ ଜଣକ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲା। ସେଠାରୁ ତାଙ୍କୁ ସେ ଉତ୍ତର ପ୍ରଦେଶର କାନପୁର ନେଇଥିଲା ଓ ସେଠାରେ ପୁଣି ଦୁଷ୍କର୍ମ କରିଥିଲା। ଆଉ ଏକ ସ୍ଥାନରେ ମଧ୍ୟ ତାଙ୍କ ସହ ସମାନ ଘଟଣା ଘଟିଥିଲା।

Stop

Stop

Advertisment

ଜଣେ ୧୪ ବର୍ଷୀୟ ଛାତ୍ରୀଙ୍କୁ ତାଙ୍କ ସହପାଠୀ ଅପହରଣ କରିବା ପରେ ବିଭିନ୍ନ ସ୍ଥାନରେ ବୁଲାଇ ବୁଲାଇ ଦୁଷ୍କର୍ମ କରିଛି। ପୁଲିସରେ ଛାତ୍ରୀ ଜଣଙ୍କ କରିଥିବା ଅଭିଯୋଗରେ କହିଛନ୍ତି ଯେ ସେ ରାଜସ୍ଥାନର ଜୟପୁରରେ ଥିବା ଗୋଟିଏ ଘରୋଇ ସ୍କୁଲରେ ପଢ଼ନ୍ତି। ସେଠାରେ ହିଁ ତାଙ୍କ ସହ ବନ୍ଧୁତା କରିଥିବା ଜଣେ ପିଲା ଏପରି କାଣ୍ତ କରିଛି।

Advertisment

ସହପାଠୀ ଜଣକ ପ୍ରଥମେ ଛାତ୍ରୀଙ୍କୁ ଦିଲ୍ଲୀରେ ବୁଲିବାକୁ ଯିବା ପାଇଁ କହିଥିଲେ। ଏଥିରେ ମଧ୍ୟ ଛାତ୍ରୀ ଜଣଙ୍କ ରାଜି ହୋଇଯାଇଥିଲେ। ଦିଲ୍ଲୀ ଯିବା ନାଁରେ ପିଲାଟି ଛାତ୍ରୀଙ୍କ ପାଖରେ ଥିବା ୨୫ ହଜାର ଟଙ୍କା ନେଇଯିବା ସହ ତାଙ୍କୁ ବିଭିନ୍ନ ସହରରେ ବୁଲାଇ ବୁଲାଇ ଦୁଷ୍କର୍ମ କରିଥିଲା।

ପ୍ରଥମେ ଗୋଟିଏ ହୋଟେଲରେ ଅଭିଯୁକ୍ତ ଜଣକ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲା। ସେଠାରୁ ତାଙ୍କୁ ସେ ଉତ୍ତର ପ୍ରଦେଶର କାନପୁର ନେଇଥିଲା ଓ ସେଠାରେ ପୁଣି ଦୁଷ୍କର୍ମ କରିଥିଲା। ଆଉ ଏକ ସ୍ଥାନରେ ମଧ୍ୟ ତାଙ୍କ ସହ ସମାନ ଘଟଣା ଘଟିଥିଲା।

Advertisment

ଶେଷରେ ଅଭିଯୁକ୍ତ ଜଣକ ତାଙ୍କୁ କାନପୁରରୁ ବସ୍‌ ଯୋଗେ ଜୟପୁର ଚାଲି ଯିବାକୁ କହିଥିଲା। ସେ ମଧ୍ୟ ବସ୍‌ରେ ଆସି ଜୟପୁରରେ ପହଞ୍ଚିଥିଲେ। କିନ୍ତୁ ପ୍ରାଥମିକ ଅବସ୍ଥାରେ ସେ ଘଟଣା ସମ୍ପର୍କରେ କାହାକୁ କିଛି କହି ନଥିଲେ। ସେ ପୂର୍ବଭଳି ସ୍କୁଲ ମଧ୍ୟ ଯିବା ଆସିବା କରୁଥିଲେ। କିଛି ଦିନର ବ୍ୟବଧାନ ପରେ ଅଭିଯୁକ୍ତ ସହପାଠୀ ଜଣକ ପୁଣି ଛାତ୍ରୀଙ୍କୁ ଧମକାଇବା ଆରମ୍ଭ କରିଥିଲା।

ଯଦି ଛାତ୍ରୀ ଜଣଙ୍କ ତା’ କଥା ନ ମାନିବେ, ସେ ତାଙ୍କୁ ଜୀବନରୁ ମାରି ଦେବ ବୋଲି ମଧ୍ୟ କହିଥିଲା। ଏଥିରେ ସେ ଡରି ଯାଇଥିଲେ। ଏହାର ଫାଇଦା ଉଠାଇ ଅଭିଯୁକ୍ତ ଜଣକ ପୁଣିଥରେ ଛାତ୍ରୀଙ୍କୁ ଉତ୍ତର ପ୍ରଦେଶରେ ଥିବା ତା’ ଘରକୁ ନେଇଥିଲା। ସେଠାରେ ସେ ପୁଣି ତାଙ୍କୁ ଦୁଷ୍କର୍ମ କରିଥିଲା।

ଦିନକୁ ଦିନ ଯନ୍ତ୍ରଣା ଅସହ୍ୟ ହେବାରୁ ସୋମବାର ଛାତ୍ରୀ ଜଣଙ୍କ ବାଧ୍ୟ ହୋଇ ପୁଲିସ୍‌ ଆଗରେ ସବୁ କଥା କହିଥିଲେ। ପୁଲିସ୍‌ ଅଭିଯୋଗକୁ ଭିତ୍ତି କରି ଆଇପିସିର ଧାରା ୩୨୩, ୩୬୩, ୩୭୬ ଓ ଉପଯୁକ୍ତ ପୋକସ ଆକ୍ଟରେ ମାମଲା କରିଛି।

Crime Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe