Advertisment

କେଉଁ ବିଷ ଦେଇ ଶାଶୁ ଘରର ୫ ଜଣଙ୍କୁ ମାରିଦେଲା ବୈଜ୍ଞାନିକ ବୋହୂ?

ପ୍ରାଣ ହରାଇଥିବା ପରିବାରର ୫ ସଦସ୍ୟଙ୍କ ଶରୀରରେ ସମାନ ଲକ୍ଷଣ ସବୁ ଦେଖାଦେଇଥିଲା। ସମସ୍ତେ ବିଷକ୍ରିୟାର ଶିକାର ହୋଇଥିବା ଆଶଙ୍କା କରିଥିଲେ ଡାକ୍ତର।

ଅଦ୍ୟତନ ହୋଇଛି
Police With Arrested Two Women

Police With Arrested Two Women

Advertisment

ନାଗପୁର ମହାଗାଓର ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ହତ୍ୟାର ପର୍ଦ୍ଦାଫାସ ହୋଇଛି। ମାତ୍ର ୨୦ ଦିନ ମଧ୍ୟରେ ପରିବାରର ପାଞ୍ଚ ଜଣଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଏପରିକି ଡାକ୍ତର କି ପୁଲିସ ମଧ୍ୟ ପାଉନଥିଲେ ଟେର୍। ଶେଷରେ ଘଟଣାର ପର୍ଦ୍ଦାଫାସ ହୋଇଛି।

Advertisment

କୃଷି ବୈଜ୍ଞାନିକ ବୋହୂ ଥାଲିୟମ ନାମକ ଏକ ରସାୟନ ଦେଇ ସ୍ୱାମୀଙ୍କ ସମେତ ଶ୍ସଶୁର ଘରର ପାଞ୍ଚ ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ପରିବାର ଲୋକ ଯେପରି ଜାଣି ନପାରିବେ ସେଥିପାଇଁ ଥାଲିୟମକୁ ବାଛିଥିଲେ ବୈଜ୍ଞାନିକ ବୋହୂ। ରସାୟନ ବିଜ୍ଞାନ ଭାଷାରେ ଥାଲିୟମକୁ ‘ବିଷଦେବାବାଲାର ବିଷ’ କୁହାଯାଏ। ଏହା ରଙ୍ଗହୀନ, ଗନ୍ଧହୀନ ଏବଂ ସ୍ୱାଦହୀନ। ଏହି ରସାୟନ ଏକ ଧିମା ବିଷ।

ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରର ନାଗପୁର ଜିଲ୍ଲା ମହାଗାଓରେ ବିବାହ କରିଥିଲେ ସଙ୍ଘମିତ୍ରା(୨୨)। ସେ ଜଣେ ଯୁବ କୃଷି ବୈଜ୍ଞାନିକ। ସ୍ୱାମୀଙ୍କ ସହ ମନୋମାଳିନ୍ୟ କାରଣରୁ ସେ ତାଙ୍କ ବାପଘରେ ଆସି କିଛିଦିନ ରହିଥିଲେ। ଏହାକୁ ଅପବାଦ ବୋଲି ମନେକରି ସଙ୍ଘମିତ୍ରାଙ୍କ ବାପା ଆତ୍ମହତ୍ୟା କରି ଦେଇଥିଲେ। ପାଞ୍ଚ ମାସ ତଳେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ତାଙ୍କ ବାପା। ସଙ୍ଘମିତ୍ରା କିନ୍ତୁ ବାପାଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରି ନଥିଲେ।

Advertisment

ଏଥିପାଇଁ ସେ ଶାଶୁଘର ଲୋକଙ୍କୁ ଦାୟୀ କରିଥିଲେ। ବାପାଙ୍କ ଆତ୍ମହତ୍ୟାର ପ୍ରତିଶୋଧ ନେବାକୁ ଚକ୍ରାନ୍ତ କରିଥିଲେ ସଙ୍ଘମିତ୍ରା, ଯେଉଁଥିରେ ସେ ନିଜ ବିଦ୍ୟାର ଅପବ୍ୟବହାର କରିବାକୁ ମଧ୍ୟ ପଛାଇ ନଥିଲେ। କୃଷି ବୈଜ୍ଞାନିକ ହୋଇଥିବାରୁ ଥାଲିୟମର ବ୍ୟବହାର ଜାଣିବା ତାଙ୍କ ପାଇଁ ସହଜ ହୋଇଥିଲା ଏବଂ ସେ ଏହାକୁ ତେଲେଙ୍ଗାନାରୁ କିଣିଥିଲେ।

ଏହି ବିଷ କ୍ରିୟା ପରେ ୨୦ ସେପ୍ଟେମ୍ବରରୁ ୧୦ ଅକ୍ଟୋବର ମଧ୍ୟରେ ସଙ୍ଘମିତ୍ରାଙ୍କ ସ୍ୱାମୀଙ୍କ ସମେତ ଅନ୍ୟମାନଙ୍କର ମୃତ୍ୟୁ ଘଟିଛି।

ସେପ୍ଟେମ୍ବର ୨୦ରେ ପରିବାରର ଶଙ୍କର କୁମ୍ଭାରେ ଓ ତାଙ୍କ ପତ୍ନୀ ବିଜୟାଙ୍କ ଶରୀରରେ ଖାଦ୍ୟ ବିଷାକ୍ତ ହେବାର ଲକ୍ଷଣ ସବୁ ଦେଖାଦେଇଥିଲା। ସେମାନେ ଭୀଷଣ ଯନ୍ତ୍ରଣା ଅନୁଭବ କରିବାରୁ ସେମାନଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଚନ୍ଦ୍ରପୁର ଓ ଶେଷରେ ନାଗପୁରକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେପ୍ଟେମ୍ବର ୨୬ରେ ଶଙ୍କରଙ୍କ ମୃତ୍ୟୁ ହୋଇଥିଲା। ଦିନକ ପରେ ତାଙ୍କ ପତ୍ନୀ ବିଜୟା ମଧ୍ୟ ଆଖି ବୁଜିଥିଲେ।

ଏହି ଶୋକରୁ ପରିବାର ଲୋକ ବାହାରି ନଥିବା ବେଳେ ସେମାନଙ୍କ ଦୁଇ ଝିଅ କୋମଲ ଓ ଆନନ୍ଦା ଏବଂ ପୁଅ ରୋଶନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଅକ୍ଟୋବର ୮ରେ କୋମଳ, ୧୪ରେ ଆନନ୍ଦା ଓ ଦିନକ ପରେ ରୋଶନଙ୍କ ମୃତ୍ୟୁ ଘଟିଥିଲା।

ପ୍ରାଣ ହରାଇଥିବା ପରିବାରର ୫ ସଦସ୍ୟଙ୍କ ଶରୀରରେ ସମାନ ଲକ୍ଷଣ ସବୁ ଦେଖାଦେଇଥିଲା। ସମସ୍ତେ ବିଷକ୍ରିୟାର ଶିକାର ହୋଇଥିବା ଆଶଙ୍କା କରିଥିଲେ ଡାକ୍ତର। କିନ୍ତୁ କେଉଁ ବିଷ କ୍ରିୟା ହୋଇଛି ତାର ଟେର୍ ପାଇପାରୁ ନଥିଲେ। ଶେଷରେ ପୁଙ୍ଖାନୁପୁଙ୍ଖାନୁ ତଦନ୍ତ ପରେ ଥାଲିୟମ ବାବଦରେ ଜଣାପଡ଼ିଛି। ମହାରାଷ୍ଟ୍ର ସମେତ ତେଲେଙ୍ଗାନାରେ ତଦନ୍ତ କରାଯାଇଥିଲା। ମାମଲାରେ ପୁଲିସ ସଙ୍ଘମିତ୍ରାଙ୍କ ସମେତ ଏଥିରେ ତାଙ୍କୁ ସାହାଯ୍ୟ କରିଥିବା ତାଙ୍କ ବନ୍ଧୁ ରୋଜାଙ୍କୁ ମଧ୍ୟ ଗିରଫ କରିଛି। 

ଏସପିଙ୍କ କହିବା ଅନୁସାରେ, ଅଭିଯୁକ୍ତ ସଙ୍ଘମିତ୍ରାଙ୍କ ଫୋନ୍ ମାଧ୍ୟମରେ ବିଷାକ୍ତ ସାମଗ୍ରୀ ବାବଦରେ ସନ୍ଧାନ ମିଳିଥିଲା। ତାଙ୍କ ଫୋନର ସର୍ଚ୍ଚ ହିଷ୍ଟ୍ରୀ ମାଧ୍ୟମରେ ଏହା ଡଣାପଡ଼ିଥିଲା। ଜଣେ ଫୋରେନସିକ୍ ବିଶେଷଜ୍ଞ କହିଛନ୍ତି, ଥାଲିୟମ୍ ହେଉଛି ଏକ ଭାରୀ ଧାତୁ, ଏହା ଚର୍ମ ସଂସ୍ପର୍ଶରେ ଆସି ସାଂଘାତିକ ହୋଇପାରେ। ଏହାକୁ ଶରୀରରୁ ବାହାର କରିବା କଷ୍ଟକର। 

Murder Crime Poison Thallium Scientist Killed In-Laws
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe