Advertisment

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ନେଇ ତାତିଲେ ବିଜେପି କର୍ମୀ; ଉପ ଜିଲ୍ଲାପାଳଙ୍କ ଅଫିସ ଘେରିଲେ

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଭଙ୍ଗାଯିବା ଅଭିଯୋଗ ମାମଲାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି।

ଅଦ୍ୟତନ ହୋଇଛି
Strike

Strike

Advertisment

ଚିଲିକା ବିଧାୟକ ତଥା ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ଜୋରଦାର ବିରୋଧ କରାଯାଇଛି। ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ଅଭିଯୋଗରେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ଶତାଧିକ ବିଜେପି କର୍ମୀ।  ବିଜେପି କର୍ମୀମାନେ ପ୍ରଶାନ୍ତ ଜଗଦେବଙ୍କୁ ନିସର୍ତ୍ତ ଖଲାସ କରିବାକୁ ଦାବି କରିଛନ୍ତି। ବିନା ସିସିଟିଭି ଫୁଟେଜ୍ ଯାଞ୍ଚରେ କାହିଁକି ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଗଲା? ଶୀଘ୍ର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉ ଓ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୁଲିସ ଛାଡ଼ି ଦେଉ ବୋଲି ଦାବି ହୋଇଛି।

Advertisment

ଏପର୍ଯ୍ୟନ୍ତ ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି । ଏହି ଆନ୍ଦୋଳନରେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କ ସହ ଅନ୍ୟ ବିଜେପି କର୍ମୀମାନେ ସାମିଲ ହୋଇଛନ୍ତି।

ଜଣେ ମହିଳା ବିଜେପି କର୍ମୀ କହିଛନ୍ତି, ପ୍ରଶାନ୍ତ ଜଗଦ୍ଦେବ ଇଭିଏମ ମେସିନ ଭାଙ୍ଗି ନାହାନ୍ତି। ପ୍ରଶାନ୍ତ ଜଗଦ୍ଦେବ ଓ ତାଙ୍କ ସ୍ତ୍ରୀ ଭୋଟ ଦେବାକୁ ଆସିଥିଲେ। ହେଲେ ବିଜୁଜନତା ଦଳର ଗୁଣ୍ଡାମାନେ ବୁଥରେ ଇଭିଏମ ମେସିନ ଭାଙ୍ଗିବା ସହ ଗୁଣ୍ଡାଗର୍ଦ୍ଦି କରିଥିଲେ। ଏସଡିପିଓ ଦିଲ୍ଲୀପ ଦାସ ବିଜୁ ଜନତା ଦଳର ଗୁଣ୍ଡା ସାଜିଛନ୍ତି। ବିଜେଡି ଟଙ୍କା ବାଣ୍ଟିଲା ବେଳେ ଦିଲ୍ଲୀପ ଦାସ ସହଯୋଗ କରୁଥିଲେ। ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୁଲିସ ଶୀଘ୍ର ଛାଡ଼ି ଦେଉ ଓ ଦିଲ୍ଲୀପ ଦାସଙ୍କୁ ବରଖାସ୍ତ କରାଯାଉ।

Advertisment

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଭଙ୍ଗାଯିବା ଅଭିଯୋଗ ମାମଲାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି। ଗିରଫ ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଥିବା ସୂଚନା ମିଳିଛି।

Khordha Loka Sabha Election 2024 Odisha Assembly Election 2024 Prasant Jagadev
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe