Advertisment

ଅବକାରୀ ଟିମ୍‌କୁ ଦେଖି ଦ୍ରୁତ ଗତିରେ ପଳାଉଥିଲା ସ୍କର୍ପିଓ, ବ୍ରିଜ ତଳକୁ ଖସିଗଲା

ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ୬୦୦ ଲିଟରରୁ ଅଧିକ ଦେଶୀ ମଦ ଜବତ କରାଯାଇଥିବା ବେଳେ ଡ୍ରାଇଭରକୁ ଗିରଫ କରାଯାଇଛି।

Scorpio

Scorpio

Advertisment

ଅବକାରୀ ଟିମ୍‌କୁ ଦେଖି ଦ୍ରୁତଗତିରେ ସ୍କର୍ପିଓକୁ ନେଇ ପଳାଉଥିଲେ ଡ୍ରାଇଭର। ହେଲେ ଭାରସାମ୍ୟ ହରାଇ ଏକ ବ୍ରିଜ ତଳକୁ ଖସିଯାଇଥିଲା ସ୍କର୍ପିଓ। ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ୬୦୦ ଲିଟରରୁ ଅଧିକ ଦେଶୀ ମଦ ଜବତ କରାଯାଇଥିବା ବେଳେ ଡ୍ରାଇଭରକୁ ଗିରଫ କରାଯାଇଛି। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜଡ଼ାପାଳ ନିକଟରେ।

Advertisment

ଗିରଫ ଅଭିଯୁକ୍ତଙ୍କ ନାଁ ଦିଲେଶ୍ୱର ସ୍ୱାଇଁ। ତାଙ୍କ ଘର ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ। ଗତକାଲି ବିଳମ୍ବିତ ରାତିରେ ଦିଲେଶ୍ୱର ଆମ୍ବପଳାସ ଗାଁରୁ ବେଆଇନ ଭାବେ ଦେଶୀ ମଦ ନେଇ କଟକ ଅଭିମୁଖେ ଯାଉଥିଲେ।

ଆମ୍ବପଳାସ ଗାଁରୁ ମଦ ନେଇ ଏକ ସ୍କର୍ପିଓ କଟକ ଅଭିମୁଖେ ଯାଉଥିବା କଥା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। କାମାକ୍ଷାନଗର ଅବକାରୀ କର୍ମଚାରୀଙ୍କ ଏକ ଟିମ୍ ସ୍କର୍ପିଓଟିକୁ ଜଡ଼ାପାଳ ନିକଟରେ ଅଟକାଇଥିଲେ। କିନ୍ତୁ ଡ୍ରାଇଭର ଗାଡ଼ି ନରଖି ଦ୍ରୁତଗତିରେ ସେଠାରୁ ପଳାଇବାକୁ ଉଦ୍ୟମ କରିଥିଲେ।

Advertisment

ସ୍କର୍ପିଓଟି ଦ୍ରୁତଗତିରେ ପଳାଇ ଯାଉଥିବା ବେଳେ ଜଡ଼ାପାଳ ନିକଟସ୍ଥ ଏକ ବ୍ରିଜ ତଳକୁ ଖସି ଯାଇଥିଲା। ଏହା ପରେ ଅବକାରୀ ଟିମ୍ ଡ୍ରାଇଭରକୁ ଧରିଥିଲେ। ଗାଡ଼ି ଯାଞ୍ଚ ବେଳେ ସେଥିରୁ ୬ ଶହ ଲିଟରରୁ ଅଧିକ ଦେଶୀ ମଦ ବାହାରିଥିଲା। ହାଇଡ୍ରା ଗାଡି ସାହାଯ୍ୟରେ ବ୍ରିଜ ତଳୁ ସ୍କର୍ପିଓଟିକୁ ଉପରକୁ ଆଣି ଜବତ କରିଛି ଅବକାରୀ ଟିମ୍।

Accident Road Accident Crime News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe