Advertisment

ବୋଲେରୋରେ ଗଞ୍ଜେଇ ନେଇ ଚମ୍ପଟ ମାରୁଥିଲେ; ପୁଲିସ ପିଛା କରିବାରୁ...

ଗଞ୍ଜେଇ ମାଫିଆମାନେ ବଲାଙ୍ଗିର ଦେଇ ଛତିଶଗଡ ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରାଯାଉଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Ganja vehicle seized

Ganja vehicle seized

Advertisment

ମାଫିଆମାନେ ବୋଲେରୋରେ ଗଞ୍ଜେଇ ନେଇ ଚମ୍ପଟ ମାରୁଥିଲେ। ପୁଲିସ ପିଛା କରିବାରୁ ଭାରସାମ୍ୟ ହରାଇ ଦୋକନରେ ପିଟିହେଲା ବୋଲେରୋ। ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଚଚରାଭଟା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ପୁଲିସ ଗାଡ଼ିରୁ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି।

Advertisment

ଗଞ୍ଜେଇ ଭର୍ତ୍ତି ବୋଲେରୋଟି ଖପ୍ରାଖୋଲରୁ ରେଙ୍ଗାଲି ରାସ୍ତା ଦେଇ ଯାଉଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ଭୋରରୁ ରେଙ୍ଗାଲି ରାସ୍ତାରେ ପୁଲିସ ପୂର୍ବ ଯୋଜନା ମୁତାବକ ଛକି ରହିଥିଲା। ଗଞ୍ଜେଇ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନଟି ରେଙ୍ଗାଲି ରାସ୍ତା ଦେଇ ଯିବାବେଳେ ପୁଲିସ ଗାଡ଼ିକୁ ପିଛା କରିଥିଲା। ଗଞ୍ଜେଇ ମାଫିଆମାନେ ପୁଲିସକୁ ଦେଖି ଖସି ପଳାଇଯିବାକୁ ଉଦ୍ୟମ କରିଥିଲେ। ଗାଡ଼ିକୁ ଦ୍ରୁତ ଗତିରେ ଚଳାଇ ଖସି ଯିବାକୁ ଉଦ୍ୟମ କରିଥିଲେ। ଶେଷରେ ବୋଲେରୋଟି ଭାରସାମ୍ୟ ହରାଇ ଦୋକାନରେ ପିଟି ହୋଇଯାଇଥିଲା। ବୋଲେରୋରେ ଥିବା ଗଞ୍ଜେଇ ମାଫିଆମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ ଗାଡ଼ିରୁ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ବୋଲି ଅନୁମାନ କରାଯାଉଛି। ଗଞ୍ଜେଇ ମାଫିଆମାନେ ବଲାଙ୍ଗିର ଦେଇ ଛତିଶଗଡ ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରାଯାଉଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Bolangiri , Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe