Advertisment

ସରପଞ୍ଚଙ୍କୁ ଭିଡ଼ି ଆଣି ମାଡ଼ ମାରିଲେ ଏସ୍‌ଡିଓ; ଭିଡିଓ ଭାଇରାଲ୍‌

ସରପଞ୍ଚ ସୁଶୀଲ ଗୁରୁ ଏନେଇ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ମାମଲା ଭିନ୍ନ ମୋଡ଼ ନେଉଥିବା ଦେଖି ଏସ୍‌ଡିଓ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ତାଙ୍କୁ ଆକ୍ରମଣ ହୋଇଥିବା ନେଇ ସେ ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି।

ଅଦ୍ୟତନ ହୋଇଛି
Balangir

Balangir

Advertisment

5T ଅଧୀନରେ କାମ ଚାଲିଛି। ହେଲେ ସେଥିରେ ମଧ୍ୟ ନିମ୍ନମାନର କାମ ହେଉଛି। ଯାହାକୁ ବିରୋଧ କରିବାରୁ ସରପଞ୍ଚଙ୍କୁ ଘୋଷାରି ଆଣି ମାଡ଼ି ବସି ମାଡ଼ ମାରିଲେ ପୂର୍ତ୍ତ ବିଭାଗର ଏସ୍‌ଡିଓ। ବଲାଙ୍ଗିର ଜିଲ୍ଲାରୁ ଆସିଛି ଏସ୍‌ଡିଓଙ୍କ ଏପରି ଦାଦାଗିରି ଭିଡିଓ। ଯାହା ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏନେଇ ଉଭୟ ପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ବଲାଙ୍ଗିର ଜିଲ୍ଲାର ଅନ୍ୟତମ ଶୈବ ପୀଠ ତଥା ପର୍ଯ୍ୟଟନ ସ୍ଥଳ ହେଉଛି ହରିଶଙ୍କର। ଏହି ପୀଠର ବିକାଶ ପାଇଁ ରାଜ୍ୟ ସରକାର ଅର୍ଥ ଅନୁଦାନ ପ୍ରଦାନ କରିଛନ୍ତି। 5T ଅଧୀନରେ ପୂର୍ତ୍ତ ବିଭାଗ ନିର୍ମାଣ କାର୍ଯ୍ୟ କରୁଛି। କାମର ତଦାରଖ କରୁଛନ୍ତି ପୂର୍ତ୍ତ ବିଭାଗର ଏସ୍‌ଡିଓ ସିଦ୍ଧାର୍ଥ ଦାସ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁଥିପାଇଁ ବିଭାଗ ତରତର ହୋଇ କାମ କରୁଛି।

ହରିଶଙ୍କର ପୀଠରେ ହେଉଥିବା କାମ ନିମ୍ନମାର। ବାଲି ଓ ସିମେଣ୍ଟ ଭାଗ ମାପରେ ତାଳମେଳ ରହୁନି। ଅଧିକ ବାଲି ବ୍ୟବହାର ହେଉଛି। ଯାହାକୁ ବିରୋଧ କରିଥିଲେ ଚଙ୍ଗରିଆର ସରପଞ୍ଚ ତଥା ଖପ୍ରାଖୋଲ ବ୍ଲକ୍‌ ସରପଞ୍ଚ ସଂଘ ସଭାପତି ସୁଶୀଲ ଗୁରୁ। ଏଥିରେ ସେଠାରେ ଉପସ୍ଥିତ ଥିବା ପୂର୍ତ୍ତ ବିଭାଗର ଏସ୍‌ଡିଓ ସିଦ୍ଧାର୍ଥ ଦାସ ତାତି ଯାଇଥିଲେ। ତାଙ୍କୁ ଭିଡ଼ି ଆଣି ତଳେ ପକାଇ ମାଡ଼ ମାରିଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ ହେଉଛି। ଏସ୍‌ଡିଓଙ୍କ ମାଡ଼ ମରା ଭିଡିଓ ଏବେ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି।

Advertisment

ସରପଞ୍ଚ ସୁଶୀଲ ଗୁରୁ ଏନେଇ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ମାମଲା ଭିନ୍ନ ମୋଡ଼ ନେଉଥିବା ଦେଖି ଏସ୍‌ଡିଓ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ତାଙ୍କୁ ଆକ୍ରମଣ ହୋଇଥିବା ନେଇ ସେ ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି। ଦୁଇ ପକ୍ଷଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ଉଭୟଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା। ପରେ ଉଭୟଙ୍କୁ ଗିରଫ କରିଥିଲା। ଚଙ୍ଗରିଆ ପଞ୍ଚାୟତର ସରପଞ୍ଚ ସୁଶୀଲ ଗୁରୁ ଓ ପୂର୍ତ୍ତ ବିଭାଗ ଏସ୍‌ଡିଓ ସିଦ୍ଧାର୍ଥ ଦାସ ଗିରଫ କରିଛି ପୁଲିସ୍‌। 

ତେବେ ଏଠି ପ୍ରଶ୍ନ ଉଠୁଛି, ସରପଞ୍ଚ ସୁଶୀଲ ଗୁରୁ ଯଦି ଏସ୍‌ଡିପିଓଙ୍କୁ ମାଡ଼ ମାରିଥିଲେ, ତାହାହେଲେ ସେ ପ୍ରଥମେ କାହିଁକି ଥାନାରେ ଅଭିଯୋଗ କଲେନାହିଁ। ଏନେଇ ତାଙ୍କ ପାଖରେ କ’ଣ ପ୍ରମାଣ ଅଛି? ଅନ୍ୟପକ୍ଷରେ 5T ଅଧୀନରେ କାମ ଚାଲୁଥିବା ବେଳେ ହରିଶଙ୍କର ପରି ଶୈବ ପୀଠରେ କେମିତି ନିମ୍ନମାନର କାମ ହେଉଛି? ଏହାର ପ୍ରତିବାଦ କରିବା କଣ ଜଣେ ସରପଞ୍ଚର କର୍ତ୍ତବ୍ୟ ନୁହେଁ କି? ଜଣେ ପ୍ରତିବାଦ କରିବାର ଜବାବ କ’ଣ ମାଡ଼? 

ରିପୋର୍ଟ- ବଲାଙ୍ଗିରରୁ ମନରଞ୍ଜନ ଯୋଶୀ

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe