Advertisment

ପଦୋନ୍ନତି ପାଇବା ପର ଦିନ ଚଢ଼ାଉ କଲା ଭିଜିଲାନ୍ସ: ୮୫ଟି ପ୍ଲଟ, ୫ ମହଲା କୋଠା, ମାର୍କେଟ କମ୍ପ୍ଲେକ୍ସ ଠାବ

ବ୍ୟାଙ୍କ, ପୋଷ୍ଟାଲ ଏବଂ ବୀମାରେ କେତେ ଟଙ୍କା ଜମା କରିଛନ୍ତି ଏହି ବାବୁ?

author-image
Jitendra Garnayak
ଅଦ୍ୟତନ ହୋଇଛି
Pravas Pradhan

Pravas Pradhan

ବାଲେଶ୍ୱର ଜଳସେଚନ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ (SE) ପ୍ରଭାସ କୁମାର ପ୍ରଧାନଙ୍କୁ ଗୁରୁବାର ମିଳିଥିଲା ପଦୋନ୍ନତି। ତାଙ୍କୁ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟର ଭାବେ ଦିଆଯାଇଥିଲା ପଦୋନ୍ନତି। କିନ୍ତୁ ପଦୋନ୍ନତି ମିଳିବାର ପର ଦିନ ଅର୍ଥାତ୍ ଆଜି ତାଙ୍କର ୭ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ପ୍ରଭାସ କୁମାର ପ୍ରଧାନ ଅର୍ଜନ କରିଥିବା ସଂପତ୍ତି ଲୋକଲୋଚନକୁ ଆସିଛି।

Advertisment

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଭାସ କୁମାର ପ୍ରଧାନ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୮୫ଟି ପ୍ଲଟ୍ ଅଛି। ସେଥିରୁ ୮୦ଟି କେବଳ ଜଳେଶ୍ୱରରେ ଅଛି। ୪ଟି ପୁରୀ ଜିଲ୍ଲାର ଡେଲାଙ୍ଗରେ ଥିବା ବେଳେ ଗୋଟିଏ ପଶ୍ଚିମବଙ୍ଗର ସୁନାକନିଆରେ ଅଛି। ଏସବୁ ପ୍ଲଟ୍‌ର ସେଲ୍‌ ଡିଡ୍ ମୂଲ୍ୟ ୨.୦୭ କୋଟି ଟଙ୍କାରୁ ଅଧିକ। ତେବେ ଏଗୁଡ଼ିକର ପ୍ରକୃତ ମୂଲ୍ୟ ଆହୁରି ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଜଳେଶ୍ୱରରେ ଶ୍ରୀ ପ୍ରଧାନଙ୍କର ଏକ ୫ ମହଲା କୋଠା ଅଛି। ପ୍ରାୟ ୧୨,୫୦୦ ବର୍ଗଫୁଟ୍‌ ଅଞ୍ଚଳରେ ଏହି ୫ ମହଲା କୋଠା ନିର୍ମିତ ହୋଇଛି। ସେହିପରି ଜଳେଶ୍ୱରର ଗୋବରା ଘାଟରେ ତାଙ୍କର ଏକ ମାର୍କେଟ କମ୍ପ୍ଲେକ୍ସ ଓ ଲେବର ଶେଲଟର ଶେଡ୍ ଅଛି, ଯାହା ୬୧୫୧ ବର୍ଗଫୁଟ୍ ଜାଗାରେ ନିର୍ମିତ ହୋଇଛି। ଭିଜିଲାନ୍ସର ବୈଷୟିକ ଶାଖା ପକ୍ଷରୁ ସମସ୍ତ ପ୍ଳଟ୍‌ ଓ କୋଠାର ମାପଚୁପ ଓ ମୂଲ୍ୟାୟନ ଜାରି ରହିଛି।

Advertisment

ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୧୧ ଲକ୍ଷ ୭୦ ହଜାର ୯୮୦ ଟଙ୍କା ମିଳିଛି। ତା’ ସହିତ ୩୩୪.୫୫ ଗ୍ରାମର ସୁନା ଅଳଙ୍କାର ମିଳିଛି। ସେଥିରେ ଗୋଟିଏ ସୁନା ବିସ୍କୁଟ ରହିଛି। ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ଜମା ବାବଦକୁ ସେ ୭୮ ଲକ୍ଷ ୨ହଜାର ୭୭୯ ଟଙ୍କା ରଖିଛନ୍ତି। ତାଙ୍କର ଗୋଟିଏ ଚାରି ଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ି ଅଛି। ତାଙ୍କ ଘରର ଆସବାବପତ୍ରର ମୂଲ୍ୟ ୬.୬୩ ଲକ୍ଷ ଟଙ୍କାରୁ ଅଧିକ ହେବ।

ପ୍ରକାସ କୁମାର ପ୍ରଧାନ ଏତେ ପରିମାଣରେ ସଂପତ୍ତି କେମିତି ଠୁଳ କଲେ, ସେ ନେଇ ତାଙ୍କୁ ପଚରାଉଚରା କରାଯାଉଛି। ଏହା ସହିତ ଚଢ଼ାଉ ଜାରି ରହିଛି। ତାଙ୍କର ଆହୁରି ସଂପତ୍ତି ଥିବା ଆଶା କରାଯାଉଛି।

Vigilance Raid Odisha Vigilance Vigilance Net Vigilance