Advertisment

ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ ବିନ୍ଧାଣି ବହିଷ୍କୃତ, ୩୨ ବର୍ଷ ତଳେ ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ କରିଥିଲେ ଚାକିରି

୧୯୯୧ରେ ପ୍ରମୋଦ କୁମାର ବିନ୍ଧାଣି ପାରାଦୀପ ବନ୍ଦରରେ ସହକାରୀ ଯନ୍ତ୍ରୀ (ସିଭିଲ) ଭାବେ ନିଯୁକ୍ତି ପାଇଥିଲେ।

ଅଦ୍ୟତନ ହୋଇଛି
PPA

PPA

Advertisment

ପାରାଦୀପ ବନ୍ଦର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ କୁମାର ବିନ୍ଧାଣିଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି। SLSC (ଷ୍ଟେଟ ଲେଭେଲ ସ୍କୃଟିନି କମିଟି) ନିର୍ଦ୍ଦେଶରେ ତାଙ୍କୁ ବରଖାସ୍ତ କରିଛନ୍ତି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ। ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ସେ ଚାକିରି କରିଥିବା ଜଣାପଡ଼ିବା ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Advertisment

୧୯୯୧ରେ ପ୍ରମୋଦ କୁମାର ବିନ୍ଧାଣି ପାରାଦୀପ ବନ୍ଦରରେ ସହକାରୀ ଯନ୍ତ୍ରୀ (ସିଭିଲ) ଭାବେ ନିଯୁକ୍ତି ପାଇଥିଲେ। ଅନୁସୂଚିତ ଜନଜାତି (ଏସ୍‌ଟି) ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ଥିବା ପଦବୀରେ ତାଙ୍କୁ ଦିଆଯାଇଥିଲା ନିଯୁକ୍ତି। ୨୦୦୨ରେ ନିର୍ବାହୀ ଯନ୍ତ୍ରୀ ଏବଂ ୨୦୦୭ରେ ଅଧୀକ୍ଷଣ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ ପ୍ରମୋଦ କୁମାର ବିନ୍ଧାଣି।

୨୦୨୧ରେ କନ୍ଧମାଳର ବିଶ୍ଵଜିତ ପ୍ରଧାନ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ପ୍ରମୋଦ କୁମାର ବିନ୍ଧାଣି ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିଛନ୍ତି। ଏହାପରେ ମୟୂରଭଞ୍ଜ ଭିଜିଲାନ୍ସ ସେଲ୍, ଉଦଳା, ବଡସାହି, ଖୁଣ୍ଟା ପ୍ରଭୃତି ତହସିଲ, ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଭଳି ବିଭିନ୍ନ ଏଜେନ୍ସି ଦ୍ୱାରା ବିଭିନ୍ନ ସମୟରେ ତଦନ୍ତ କରାଯାଇଛି। ଜାତୀୟ ଜନଜାତି କମିଶନ ମଧ୍ୟ ପାରାଦୀପ ପୋର୍ଟକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Advertisment

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରାଞ୍ଚଳ RDCଙ୍କ ଅଧ୍ୟକ୍ଷତାରେ SLSCରେ ମାମଲାର ପୁଙ୍ଖାନୁପୁଙ୍ଖ ବିଚାର କରାଯାଇ ସର୍ବଶେଷ ଆଦେଶ ଦିଆଯାଇଛି। ଶ୍ରୀ ବିନ୍ଧାଣି ଚଞ୍ଚକତା କରି ଜନଜାତି କୋଟାରେ ନିଯୁକ୍ତି ପାଇଥିବାରୁ ତୁରନ୍ତ ପଦବୀରୁ ହଟାଇବାକୁ ପାରାଦୀପ ପୋର୍ଟକୁ କହିଥିଲେ SLSC। ଏହା ସହିତ ସେ ହାତେଇଥିବା ସମସ୍ତ ସୁବିଧା ସୁଯୋଗ ଏବଂ ଆର୍ଥିକ ଲାଭର ଆକଳନ କରି ରିକଭରି କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କର ସମସ୍ତ ଜାଲ ସାର୍ଟିଫିକେଟ ରଦ୍ଦ କରିବା ସହ ସରକାରୀ ରେକର୍ଡରେ ଆନୁସଙ୍ଗିକ ସଂଶୋଧନ କରିବାକୁ ତହସିଲଦାର ଏବଂ ସମ୍ପୃକ୍ତ ବିଭାଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।

SLSC Paradip Port Authority
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe