Advertisment

ବିଦେଶିନୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ ସେବାୟତ

ଜଣେ ବିଦେଶୀନି ଓଡ଼ିଶା ବୁଲି ଆସିଥିବା ବେଳେ ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ।ସେଠାରେ ସେବାୟତ କୁଣ୍ଡୁ ମହାପାତ୍ରଙ୍କ ସହ ତାଙ୍କର ଭେଟ ହୋଇଥିଲା।

Arrest

Arrest

Advertisment

ବିଦେଶିନୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ ଲିଙ୍ଗରାଜ ମନ୍ଦିର ସେବାୟତ । ଏପରି ଏକ ଲଜ୍ଜାଜନକ ଘଟଣା ରାଜଧାନୀସ୍ଥିତ ଲିଙ୍ଗରାଜ ମନ୍ଦିରରେ ଘଟିଛି। ପୁଲିସ୍‌ ତୁରନ୍ତ ସେବାୟତଙ୍କୁ ଗିରଫ କରିଥିବା ବେଳେ ଭବିଷ୍ୟତରେ ଯେପରି ଏପରି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପ୍ରତି ସତର୍କ ଦୃଷ୍ଟି ଦେଇଛି। ଗିରଫ ସେବାୟତଜଣକ କୁଣ୍ଡୁ ମହାପାତ୍ର ବୋଲି ଜଣାଯାଇଛି।

Advertisment

ଜଣେ ବିଦେଶୀନି ଓଡ଼ିଶା ବୁଲି ଆସିଥିବା ବେଳେ ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ। ସେଠାରେ ସେବାୟତ କୁଣ୍ଡୁ ମହାପାତ୍ରଙ୍କ ସହ ତାଙ୍କର ଭେଟ ହୋଇଥିଲା। ସେବାୟତଜଣକ ତାଙ୍କୁ ପାର୍ଶ୍ୱ ମନ୍ଦିର ବୁଲାଇ ଦେବାକୁ କହି ନିଛାଟିଆ ସ୍ଥାନରେ ଥିବା ଏକ ମନ୍ଦିରକୁ ନେଇଥିଲେ। ସେଠାରେ ସେ ତାଙ୍କୁ ଅସଦାଚରଣ କରିଥିଲେ। ବିଦେଶିନୀଜଣକ ଏହାର ପ୍ରତିବାଦ କରିବାରୁ ଏହା ଆମ ସଂସ୍କୃତି, ପରମ୍ପରା ବୋଲି କୁଣ୍ଡୁ ମହାପାତ୍ର ତାଙ୍କୁ କହିଥିଲେ।

ସେଠାରୁ ମୁକୁଳିବା ପରେ ଏନେଇ ବିଦେଶୀ ପର୍ଯ୍ୟଟକଜଣକ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ତୁରନ୍ତ କୁଣ୍ଡୁ ମହାପାତ୍ରଙ୍କୁ ଗିରଫ କରିଛି।

Advertisment

ତାଙ୍କ ପଛ ରେକର୍ଡ ଯାଞ୍ଚ କରିବାରୁ ପୂର୍ବରୁ ମଧ୍ୟ ସେ ଏପରି କାଣ୍ଡ ଘଟାଇଥିବା ଜଣାଯାଇଛି। ରାଜ୍ୟ ବାହାରର ଜଣେ ମହିଳା ପର୍ଯ୍ୟଟକ ତାଙ୍କ ନାମରେ ସମାନ ଅଭିଯୋଗ କରିଥିଲେ। ଉକ୍ତ ମାମଲାରେ କୁଣ୍ଡୁଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା।

ଏହି ଘଟଣା ରାଜ୍ୟର ମାନସମ୍ମାନ, ସଂସ୍କୃତି ଓ ଐତିହ୍ୟ ସହ ଜଡ଼ିତ ଥିବାରୁ ଏହାକୁ ଗୁରୁତର ସହ ନେଇଛି କମିଶନରେଟ ପୁଲିସ୍‌। ଏହି ଘଟଣା ସମ୍ପର୍କରେ ପୂଜକ ସଂଘ ଓ ମନ୍ଦିର ପ୍ରଶାସନ ସହ ଆଲୋଚନା କରିବେ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।

ରାଜ୍ୟର ବିଭିନ୍ନ ଐତିହ୍ୟ ପୀଠକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ସହ ଏପରି ବ୍ୟବହାର ନିହାତି ଭାବେ ରାଜ୍ୟର ଛବିକୁ ମଳିନ କରିବ । ତେଣୁ ବିଭିନ୍ନ ମନ୍ଦିର ତଥା ଐତିହ୍ୟ ପୀଠରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି ଯିବ ତଥା ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯିବ ବୋଲି ଡିସିପି କହିଛନ୍ତି।

Lingaraj Temple Arrest Misbehaviour Alligation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe