BNSS
ଭଦ୍ରକ ଜିଲ୍ଲା ଧାମନଗରରେ ଗୋଷ୍ଠୀ ସଂଘର୍ଷ ଘଟଣା। ସ୍ଥିତି ନିୟନ୍ତ୍ରଣ ପାଇଁ ଲାଗୁ ହେଲା BNSS ୧୬୩ ଧାରା। ଆଜି ଅପରାହ୍ନଠାରୁ ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ BNSS ୧୬୩ ଧାରା ଲାଗୁ ହୋଇଛି। ଧୁଷୁରୀ ଥାନା ଗୁଡ଼ୁପୋଖରୀ ବଜାରରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ୧ କି.ମି ପରିସର ମଧ୍ୟରେ ଏକତ୍ରିତ ହେବା ଓ ଶୋଭାଯାତ୍ରା ବାହାର କରିବା ଉପରେ କଟକଣା ଲାଗିଛି।
Advertisment
ପତାକା ଉପୁଡ଼ାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଗଣ୍ଡଗୋଳରେ ଗୋଟିଏ ଗୋଷ୍ଠୀର ୪ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଏବେବି ଚାପା ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଧାମନଗର ତହସିଲଦାର, ଆଇଆଇସି, ଏସଡିଓ, ଧୁଷୁରୀ ଓଆଇସି ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
