Advertisment

ସିକ୍ୟୁରିଟି ଗାର୍ଡକୁ ହତ୍ୟା କଲା ସିକ୍ୟୁରିଟି ଗାର୍ଡ

ପୁଲିସ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ପ୍ରକାଶ ବେହେରାକୁ ଗିରଫ କରିଛି।

ଅଦ୍ୟତନ ହୋଇଛି
Deadbody

Deadbody

Advertisment

ସିକ୍ୟୁରିଟି ଗାର୍ଡକୁ ହାଣି ହତ୍ୟାକଲା ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଖୁଣ୍ଟିଆପଡ଼ା ଯୋଗୀଭୋଗୋରା ରେଲୱେ ବ୍ରିଜ ନିକଟରେ। ମୃତକ ରାଉତବାହାଲ ଗ୍ରାମର ରଞ୍ଜନ ପ୍ରଧାନ। ପୁଲିସ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ପ୍ରକାଶ ବେହେରାକୁ ଗିରଫ କରିଛି। ପ୍ରକାଶଙ୍କ ଘର ଖୁଣ୍ଟିଆପଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁଯାୟୀ. ଯୋଗୀଭଗୋରା ଗ୍ରାମରେ ନିର୍ମାଣାଧୀନ ରେଳ ପ୍ରକଳ୍ପ କାର୍ଯ୍ୟକୁ ସୁରକ୍ଷା ଦେବା ପାଇଁ ସିକ୍ୟୁରିଟି ଗାର୍ଡ ନିଯୁକ୍ତ କରାଯାଇଥିଲା। ରାତିରେ ଜଣେ ସିକ୍ୟୁରିଟି ଗାଡ ଜଗୁଥିବା ବେଳେ ଦିନରେ ଜଣେ ସିକ୍ୟୁରିଟି ଜଗୁଥିଲେ। ରାତିରେ ରଞ୍ଜନ ଦାୟିତ୍ୱରେ ରହୁଥିବା ବେଳେ ଦିନରେ ପ୍ରକାଶ ରହୁଥିଲେ। ଗତକାଲି ରାତିରେ ରଞ୍ଜନ ଦାୟିତ୍ୱ ଥିବା ବେଳେ ପ୍ରକାଶ ଘଟଣାସ୍ଥଳରେ ପହଞ୍ଚିଥିଲେ। କୌଣସି କଥାକୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ପରେ ପ୍ରକାଶ ଏକ ଟାଙ୍ଗିଆ ଆଣି ରଞ୍ଜନ ହାଣି ହତ୍ୟା କରିଥିଲେ। ଘଟଣାସ୍ଥଳରେ ରଞ୍ଜନଙ୍କର ମୃତ୍ୟୁ ଘଟିଥିଲା।

ପରେ ପ୍ରକାଶ ଥାନାରେ ଯାଇ ଆତ୍ମସର୍ମପଣ କରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Murder Boudh Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe