Advertisment

ମେଡ଼ିକାଲ୍‌ କଲେଜରେ ସିକ୍ୟୁରିଟି ଗାର୍ଡ ମାପୁଛି ବ୍ଲଡ୍‌ ପ୍ରେସର

ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖାଯାଉଛି, ୟୁନିଫର୍ମରେ ଥିବା ଜଣେ ସିକ୍ୟୁରିଟି ଗାର୍ଡ ଜଣକ ବ୍ଲଡ ପ୍ରେସ୍‌ର ମାପିବା ସହିତ ଲେଖି ରଖୁଛନ୍ତି। ଏହାଛଡ଼ା ଆହୁରି ଅନେକ ରୋଗୀ ବ୍ଲଡ୍‌ପ୍ରେସର ମାପିବା ପାଇଁ ଧାଡ଼ିରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି।

VIMSAR

VIMSAR

Advertisment

ପଶ୍ଚିମ ଓଡ଼ିଶାର ବଡ଼ ଡାକ୍ତରଖାନା ହେଉଛି ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭୀମସାର)। ହେଲେ ଏଠି ଦେଖିବାକୁ ମିଳିଛି ଅଜବ ଚିତ୍ର। ମେଡ଼ିକାଲ୍‌ କର୍ମଚାରୀଙ୍କ ବଦଳରେ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ ରୋଗୀଙ୍କ ବ୍ଲଡ୍‌ ପ୍ରେସର ମାପୁଛନ୍ତି। ତାହା ପୁଣି ହୃଦରୋଗ ବିଭାଗରେ। ଯାହାର ଭିଡିଓ ଏବେ ଶୋସାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖାଯାଉଛି, ୟୁନିଫର୍ମରେ ଥିବା ଜଣେ ସିକ୍ୟୁରିଟି ଗାର୍ଡ ଜଣକ ବ୍ଲଡ ପ୍ରେସ୍‌ର ମାପିବା ସହିତ ଲେଖି ରଖୁଛନ୍ତି। ଏହାଛଡ଼ା ଆହୁରି ଅନେକ ରୋଗୀ ବ୍ଲଡ୍‌ପ୍ରେସର ମାପିବା ପାଇଁ ଧାଡ଼ିରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। ଭିଡିଓଟି ଶୁକ୍ରବାର ମଧ୍ୟାହ୍ନ ସମୟର ବୋଲି ଅନୁମାନ କରାଯାଉଛି। ହୃଦରୋଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସିକ୍ୟୁରିଟି ଗାର୍ଡ ରୋଗୀଙ୍କ ବ୍ଲଡ୍‌ପ୍ରେସର ମାପିବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ଏନେଇ ହୃଦରୋଗ ବିଭାଗର ମୁଖ୍ୟ ପ୍ରଫେସର ସୁନୀଲ ଶର୍ମା କହିଛନ୍ତି, ଭାଇରାଲ୍‌ ହେଉଥିବା ଭିଡିଓ ସେ ଦେଖିଛନ୍ତି। ସେମିତି ହେବା କଥା ନୁହେଁ। ସିକ୍ୟୁରିଟି ଗାର୍ଡଙ୍କ କାମ ହେଲା ସୁରକ୍ଷା ଦାୟିତ୍ଵ ବୁଝିବା। ଡାକ୍ତର କିମ୍ଵା ସ୍ୱାସ୍ଥ୍ୟ କର୍ମଚାରୀମାନେ ରୋଗୀଙ୍କ ବ୍ଲଡପ୍ରେସର ମାପିବା କଥା। ତେବେ କେଉଁ ପରିସ୍ଥିତିରେ ସିକ୍ୟୁରିଟି ଗାର୍ଡକୁ କିଏ ବ୍ଲଡ ପ୍ରେସର ମାପିବା ପାଇଁ ଅନୁମତି ଦେଲା, ତାହାର ଅନୁଧ୍ୟାନ କରାଯିବ ବୋଲି ଡାକ୍ତର ଶର୍ମା କହିଛନ୍ତି।

Advertisment
Sambalpur VIMSAR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe