Advertisment

ସିକ୍ୟୁରିଟି ଗାର୍ଡଙ୍କ ଉନ୍ମତ କାଣ୍ଡ; ପତ୍ନୀଙ୍କ ଶାଢି ଚୋରି ସନ୍ଦେହରେ ପଡ଼ୋଶୀଙ୍କୁ ଗୁଳି କରିଦେଲେ

ଉତ୍ତ୍ୟକ୍ତ ଅଜୟ ଘରୁ ନିଜ ବନ୍ଧୁକ ଆଣି ପିଣ୍ଟୁଙ୍କ ଉପରକୁ ଗୁଳି ଚଳାଇଥିଲ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ।

author-image
Niharika Rout
Firing

Firing

ପତ୍ନୀଙ୍କ ଶାଢି ଚୋରି କରିଥିବା ସନ୍ଦେହରେ ପଡ଼ୋଶୀଙ୍କ ଉପରେ ରାଗି ପାଚି ଲାଲ ହୋଇଗଲେ ସିକ୍ୟୁରିଟି ଗାର୍ଡ। ଏହାପରେ ନିଜ ହିତାହିତ ଜ୍ଞାନ ଭୁଲି ପଡ଼ୋଶୀଙ୍କୁ ଗୁଳି କରିବାକୁ ପଛାଇଲେ ନାହିଁ। ଫଳରେ ଏକ ସାମାନ୍ୟ ଘଟଣା ପାଇଁ ଚାଲିଗଲା ଏକ ନିରୀହ ଜୀବନ । ଏପରି ଏକ ଚକିତ କରିବା ପରି ଘଟଣା ନୂଆଦିଲ୍ଲୀର ଗୁରଗ୍ରାମରେ ଘଟିଛି। ଅଭିଯୁକ୍ତ ଅଜୟ ସିଂଙ୍କୁ ପୁଲିସ୍‌ ବାନ୍ଧିଛି।

Advertisment

ଅଜୟ ନିଜ ପରିବାର ସହ ଗୁରୁଗ୍ରାମ ଅଞ୍ଚଳରେ ଭଡ଼ା ରହୁଥିବା ବେଳେ ତାଙ୍କ ପଡ଼ୋଶୀ ଭାବେ ୩୦ ବର୍ଷୀୟ ପିଣ୍ଟୁ ରହୁଥିଲେ । ପିଣ୍ଟୁ ବି ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ।

ଗତ ମଙ୍ଗଳବାର ସକାଳେ ଅଜୟ ଡ୍ୟୁଟିରୁ ଫେରିବା ପରେ ପତ୍ନୀ ରୀନା ଅଭିଯୋଗ କରିଥିଲେ ଯେ, ପଡ଼ୋଶୀ ପିଣ୍ଟୁ ତାଙ୍କ ଶାଢି ଚୋରି ନେଇଛନ୍ତି। ଏନେଇ ଅଜୟ ପିଣ୍ଟୁଙ୍କୁ ପଚରାଉଚରା କରିବାରୁ ସେ କିନ୍ତୁ ମାନି ନ ଥିଲେ। ଏହାପରେ ଉତ୍ତ୍ୟକ୍ତ ଅଜୟ ଘରୁ ନିଜ ବନ୍ଧୁକ ଆଣି ପିଣ୍ଟୁଙ୍କ ଉପରକୁ ଗୁଳି ଚଳାଇଥିଲ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଗତକାଲି ଅଜୟ ସିଂଙ୍କୁ ଗିରଫ କରିଛି। ଏଥିସହ ତାଙ୍କ ନିକଟରୁ ବନ୍ଧୁକ, ଗୁଳି ଆଦି ଜବତ ହୋଇଛି।

Deadbody Firing