Advertisment

ଜଙ୍ଗଲରେ ଲୁଚାଇଥିଲେ, ୨ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ବୌଦ୍ଧ ସଦର ଥାନା ଅନ୍ତର୍ଗତ ମାତାଗାଡୁ ଡଙ୍କେନ୍ ଜଙ୍ଗଲରୁ ଏହି ଗଞ୍ଜେଇ ଜବତ କରିଛି ବୌଦ୍ଧ ଆଦର୍ଶ ଥାନା ପୁଲିସ।

author-image
Niranjan Mishra
cannabis

cannabis

୨ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ବୌଦ୍ଧ ସଦର ଥାନା ଅନ୍ତର୍ଗତ ମାତାଗାଡୁ ଡଙ୍କେନ୍ ଜଙ୍ଗଲରୁ ଏହି ଗଞ୍ଜେଇ ଜବତ କରିଛି ବୌଦ୍ଧ ଆଦର୍ଶ ଥାନା ପୁଲିସ। ଏହି ଗଞ୍ଜେଇର ଅନୁମାନିକ ଓଜନ ୨୮ କୁଇଣ୍ଟାଲ ହେବ। ଘଟଣାସ୍ଥଳରୁ ଗଞ୍ଜେଇ ସହ ଗୋଟିଏ ଦେଶି ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଏନେଇ ଆଜି ଆଦର୍ଶ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଆନନ୍ଦ ବର୍ଦ୍ଦନ ଗୁରୁ ସୂଚନା ଦେଇଛନ୍ତି।

Advertisment

ଦୁର୍ବୃତ୍ତମାନେ ଏହାକୁ ବାହାର ରାଜ୍ୟକୁ ଚୋରା କରିବା ପାଇଁ ରଖିଥିଲେ। ବିଶ୍ୱସ୍ତ ସୂତରୁ ଖବର ପାଇବା ପରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଆଦର୍ଶଥାନା ଆଇଆଇସି ମାଧବାନନ୍ଦ ନାୟକଙ୍କ ନେତୃତ୍ୱରେ ଏକ ଟିମ ଚଢ଼ଉ କରିଥିଲା। ତେବେ ପୁଲିସ ଚଢ଼ାଉ ଦେଖି ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେମାନଙ୍କୁ ଧରିବାରେ ପୁଲିସ ଫେଲ ମାରିଛି।

ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସେପଟେ ଆଜି ବୌଦ୍ଧ ପୁଲିସ ପକ୍ଷରୁ ବିଭିନ୍ନ ଘଟଣାରେ ଜବତ ପ୍ରାୟ ୫୬୩୩ କେଜି ଗଞ୍ଜେଇକୁ ପୋଡ଼ି ନଷ୍ଟ କରାଯାଇଛି।

Advertisment
Cannabis Search Crime Boudh Ganja Seized