ଶିକାରୀ କ୍ୟାମ୍ପ ଠାବ, ମାରଣାସ୍ତ୍ର ସହ ସମ୍ବର ମୁଣ୍ଡ ଓ ମାଂସ ଜବତ

ଶିକାରୀଙ୍କ କ୍ୟାମ୍ପକୁ ଯାଞ୍ଚ କଲା ବେଳେ ଏକ ସମ୍ବର ମୁଣ୍ଡ, ୪ କିଲୋ ସମ୍ବର ମାଂସ ଓ ଗୋଟିଏ ମୃତ ମାଙ୍କଡ଼ ମିଳିଥିଲା।

Kandhamal PhotoOR

ଜବତ ସାମଗ୍ରି ଓ ଶିକାରୀ ଗିରଫ

Biswajit Samal
  • Published: Thursday, 04 April 2024
  • Updated: 04 April 2024, 08:40 PM IST

Sports

Latest News

କନ୍ଧମାଳ ଜିଲ୍ଲା ଫୁଲବାଣୀ ବନ ବିଭାଗକୁ ବଡ଼ ସଫଳତା। ସୁଡୃକୁମ୍ପା ରେଞ୍ଜର ଡଙ୍ଗା ସରଂକ୍ଷିତ ଜଙ୍ଗଲରୁ ୭ ଜଣିଆ ଶିକାରୀ ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ କ୍ୟାମ୍ପକୁ ଠାବ କରିଛି ବନବିଭାଗ। ସେହି କ୍ୟାମ୍ପରୁ ଶିକାରୀଙ୍କ ସରଞ୍ଜାମ ସହିତ ଏକ ସମ୍ବର ମୁଣ୍ଡ ଓ ମାଂସ ଜବତ କରିଛି ବନ ବିଭାଗ। ଜଣେ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ଶିକାରୀଙ୍କ ନାମ ରମେଶ ଭାଙ୍ଗରା। ତାଙ୍କ ଘର ସମ୍ବଲପୁର ଜିଲ୍ଲାରେ।

ଡଙ୍ଗା ସରଂକ୍ଷିତ ଜଙ୍ଗଲରେ ବାହାର ଜିଲ୍ଲାର ଶିକାରୀ ମାନେ ଆସି କ୍ୟାମ୍ପ ପକାଇଛନ୍ତି। ସେମାନେ ସେଠାରେ କ୍ୟାମ୍ପ କରି ବନ୍ୟଜନ୍ତୁ ଶିକାର କରୁଥିବା ନେଇ ଫୁଲବାଣୀ ବନବିଭାଗକୁ ଖବର ମିଳିଥିଲା। ଆଜି ସୁଡୃକୁମ୍ପା ରେଞ୍ଜର ପାଟ୍ରୋଲିଂ ଟିମ ଜଙ୍ଗଲକୁ ଯାଇ ଶିକାରୀମାନଙ୍କୁ ଖୋଜିଥିଲେ। କିଛି ସମୟ ଖୋଜିବା ପରେ ଶିକାରୀ ମାନଙ୍କ କ୍ୟାମ୍ପକୁ ସେମାନେ ଠାବ କରିଥିଲେ। ସେଠାରୁ ଗ୍ୟାଙ୍ଗର ମୁଖ୍ୟ ଶିକାରୀକୁ ଗିରଫ କରିଥିଲା ବନବିଭାଗ। ଅନ୍ୟ ଶିକାରୀ ମାନେ ଜଙ୍ଗଲରୁ ଫେରାର ହୋଇଯାଇଥିଲେ।

Also Read

ଶିକାରୀଙ୍କ କ୍ୟାମ୍ପକୁ ଯାଞ୍ଚ କଲା ବେଳେ ଏକ ସମ୍ବର ମୁଣ୍ଡ, ୪ କିଲୋ ସମ୍ବର ମାଂସ ଓ ଗୋଟିଏ ମୃତ ମାଙ୍କଡ଼ ମିଳିଥିଲା। ଏହା ସହିତ କ୍ୟାମ୍ପରୁ ୧୫ଟି ଟାଙ୍ଗିଆ, ୫ଟି ଛୁରୀ ଓ ୪ଟି ଜାଲକୁ ପାଟ୍ରୋଲିଂ ଟିମ ଜବତ କରିଥିଲା। ଅତିଶୀଘ୍ର ଫେରାର ଶିକାରୀ ମାନଙ୍କୁ ଗିରଫ କରାଯିବ ବୋଲି ଫୁଲବାଣୀ DFO ପ୍ରଶାନ୍ତ ପଟେଲ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story