Advertisment

ଝାରସୁଗୁଡ଼ାରେ ବ୍ରାଉନ ସୁଗର ଜବତ, ଜଣେ ଗିରଫ

ବ୍ରାଉନ ସୁଗର ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

author-image
Biswajit Samal
ଅଦ୍ୟତନ ହୋଇଛି
Police

Police

ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ରେଳ ଷ୍ଟେସନ ନିକଟ ତେଲି ଭଟା ହନୁମାନ ମନ୍ଦିର ନିକଟରୁ ପ୍ରାୟ ୫୨ ପ୍ୟାକେଟ୍ ବ୍ରାଉନ ସୁଗର ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

Advertisment

ଆଜି ସକାଳ ପ୍ରାୟ ୭.୩୦ରେ ତେଲି ଭଟା ହନୁମାନ ମନ୍ଦିର ନିକଟରେ ଜଣେ ପିଲା ବ୍ରାଉନ ସୁଗର ବିକ୍ରି କରୁଥିବା ଖବର ପାଇଥିଲା ପୁଲିସ। ଝାରସୁଗୁଡ଼ା ସଦର ଥାନାର ଆଇଆଇସି ସ୍ୱପ୍ନାରାଣୀ ଗୋଛାୟତ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ସେଠାକୁ ଯାଇଥିଲେ। ସେଠାରେ ବ୍ରାଉନ ସୁଗର ମାଫିଆକୁ ରଙ୍ଗେହାତ ଧରିବା ସହିତ ତାଠାରୁ ୧୮.୨୯ ଗ୍ରାମ ବ୍ରାଉନ ସୁଗର ଜବତ କରିଥିଲା ପୁଲିସ। ଅଭିଯୁକ୍ତଙ୍କ ଠାରୁ ପୁଲିସ ୧୧ ଶହ ଟଙ୍କା ମଧ୍ୟ ଜବତ କରିଥିଲା।

ଝାରସୁଗୁଡ଼ା ଅତିରିକ୍ତ ଏସପି ଲମ୍ବୋଦର ବୁଡ଼ାଙ୍କ ସୂଚନା ଅନୁସାରେ, ଗିରଫ ଛୋଟୁଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।

Advertisment
Brown Sugar Seizure