Advertisment

ସରକାରୀ ଟଙ୍କା ଆତ୍ମସାତ, ଆୟ ବହିର୍ଭୂତ ସଂପତ୍ତି ଠାବ; ସିନିୟର ଆସିଷ୍ଟାଣ୍ଟ ଗିରଫ

ସରକାରୀ ଟଙ୍କା ଆତ୍ମସାତ ଘଟଣାରେ ଶ୍ରୀ ସାହାଣୀଙ୍କ ପତ୍ନୀଙ୍କ ସମ୍ପୃକ୍ତି ଆଧାରରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ।

author-image
Jitendra Garnayak
Kishore Sahani

Kishore Sahani

ସରକାରୀ ଟଙ୍କା ଆତ୍ମସାତ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଗିରଫ ହୋଇଛନ୍ତି କଟକ ସିଡିଏମଓ ଅଫିସର ସିନିୟର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀ। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Advertisment

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଗତକାଲି ଭିଜିଲାନ୍ସ ପକ୍ଷରୁ ଶ୍ରୀ ସାହାଣୀଙ୍କ ୫ଟି ଠିକଣାରେ ଚଢ଼ାଉ କରାଯାଇଥିବା ବେଳେ ଠାବ କରିଥିଲା ପୁଳା ପୁଳା ସଂପତ୍ତି।

ଯୋବ୍ରା ଓ ଚୌଦ୍ୱାରରେ ତାଙ୍କର ୨ଟି କୋଠା ଥିବା ବେଳେ କଟକ ଓ ଭୁବନେଶ୍ୱର ଅଞ୍ଚଳରେ ୧୯ଟି ଦାମୀ ପ୍ଲଟ ରହିଛି। ତାଙ୍କ ଘରୁ ନଗଦ ୩.୩୦ ଲକ୍ଷ ଟଙ୍କା ସହିତ ୧୩୫ ଗ୍ରାମ ସୁନା ଜବତ କରାଯାଇଛି। ସେ ବ୍ୟାଙ୍କରେ ୫୫.୪୮ ଲକ୍ଷ ଟଙ୍କା ଜମା ରଖିଛନ୍ତି। ସେ ତାଙ୍କ ଆୟଠାରୁ ୨୦୧ % ଅଧିକ ସଂପତ୍ତିଠୁଳ କରିଥିବା ଭିଜିଲାନ୍ସ କହିଛି। ଏତେ ସଂପତ୍ତି ଠୁଳ ନେଇ ଶ୍ରୀ ସାହାଣୀ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

Advertisment

ଭିଜିଲାନ୍ସ ଏସପି (କଟକ ସେଲ୍‌) କେ. ବି ଆଚାର୍ଯ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୨୦୧୦-୧୬ ବର୍ଷ ମଧ୍ୟରେ କିଶୋର କୁମାର ମାହାଣୀ ସିଟି ହସ୍ପିଟାଲରେ କାର୍ଯ୍ୟ କରିବା ସମୟରେ ୟୁଜର୍ସ ଫି’ରୁ ୧.୨୪ କୋଟି ଆତ୍ମସାତ କରିଛନ୍ତି। ସରକାରୀ ଟଙ୍କାକୁ ନିଜ ଆକାଉଣ୍ଟ ଓ ସ୍ତ୍ରୀଙ୍କ ଆକାଉଣ୍ଟକୁ ପଠାଇଥିଲା ସେ। ଆବଶ୍ୟକ ପଡ଼ିଲେ ତାଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ।

ସରକାରୀ ଟଙ୍କା ଆତ୍ମସାତ ଘଟଣାରେ ଶ୍ରୀ ସାହାଣୀଙ୍କ ପତ୍ନୀଙ୍କ ସମ୍ପୃକ୍ତି ଆଧାରରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ।

ସୂଚନା ଅନୁଯାୟୀ, ୧୯୯୭ ମସିହାରେ ଅନୁକମ୍ପାମୂଳକ ନିଯୁକ୍ତି ଆଧାରରେ ମାହାଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜୁନିୟର ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ କିଶୋର କୁମାର ସାହାଣୀ। ୨୦୦୦ ମସିହାରେ ତାଙ୍କୁ ବାଙ୍କୀ ବଦଳି କରାଯାଇଥିଲା। ସେଠାରେ ବର୍ଷେ କାମ କରିବା ପରେ କଟକ ସିଟି ହସ୍ପିଟାଲକୁ ତାଙ୍କର ବଦଳି ହୋଇଥିଲା। ୨୦୧୬ ମସିହା ପର୍ଯ୍ୟନ୍ତ ସିଟି ହସ୍ପିଟାଲରେ କାର୍ଯ୍ୟ କରିବା ସମୟରେ ତାଙ୍କୁ ପଦୋନ୍ନତି ମିଳିଥିଲା।

Odisha Vigilance