Advertisment

ପୂର୍ବତନ ସହକର୍ମୀଙ୍କୁ ଛାଡ଼ିଲେନି, ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବରିଷ୍ଠ କିରାଣି

ବରିଷ୍ଠ କିରାଣି ନିତ୍ୟାନନ୍ଦ ଗାଇଗରିଆଙ୍କ ତିନିଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ।

author-image
Jitendra Garnayak
Nityananda

Nityananda

୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅଫିସର ବରିଷ୍ଠ କିରାଣି ନିତ୍ୟାନନ୍ଦ ଗାଇଗରିଆ। ଭିଜିଲାନ୍ସ ଟିମ୍ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି।

Advertisment

କିଶୋରନଗର ବ୍ଲକ୍ ଅଫିସରେ ପୂର୍ବରୁ ପିଅନ ଥିବା ପୂର୍ଣ୍ଣଚନ୍ଦ୍ର ଭୁକ୍ତା ଏବେ ଅନୁଗୋଳ ଜିଲ୍ଲା କ୍ରୀଡ଼ା ବିଭାଗରେ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଛନ୍ତି। କିଶୋରନଗର ବ୍ଲକ୍ ଅଫିସ୍‌ରେ କାମ କଲା ବେଳେ ତାଙ୍କର ଦରମା ସଂପର୍କିତ କିଛି କାମ ଅଟକି ଯାଇଥିଲା। ସେହି କାମ ପାଇଁ ସେ ବରିଷ୍ଠ କିରାଣି ନିତ୍ୟାନନ୍ଦ ଗାଇଗରିଆଙ୍କ ପାଖକୁ ବାରମ୍ବାର ଯାଉଥିଲେ। ହେଲେ କାମ କରି ଦେବା ପାଇଁ ନିତ୍ୟାନନ୍ଦ ତାଙ୍କୁ ଲାଞ୍ଚ ମାଗିଥିଲେ। ତେଣୁ ପୂର୍ଣ୍ଣଚନ୍ଦ୍ର ବାଧ୍ୟ ହୋଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।   

ପୂର୍ବ ଯୋଜନା ଅନୁଯାୟୀ ପୂର୍ଣ୍ଣଚନ୍ଦ୍ର ଆଜି ନିତ୍ୟାନନ୍ଦଙ୍କୁ ୧୦ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ପହଞ୍ଚି ଯାଇଥିଲେ। ଲାଞ୍ଚ ନେଉଥିବା ବେଳେ ଧରାପଡ଼ିବା ପରେ ବରିଷ୍ଠ କିରାଣି ନିତ୍ୟାନନ୍ଦ ନିତ୍ୟାନନ୍ଦ ଗାଇଗରିଆଙ୍କ ତିନିଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ କରିଛି। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ଏହି ଚଢ଼ାଉ କରିଛି। 

Advertisment
Bribe Odisha Vigilance Vigilance Net Vigilance