୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ଆୟୁର୍ବେଦ ମେଡିକାଲ ଅଫିସରଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦେବାଶିଷ ମହାପାତ୍ର।
କିଛି ଆୟୁର୍ବେଦିକ ଆସିଷ୍ଟାଣ୍ଟଙ୍କ ବକେୟା ଦରମା ବିଲ୍ କରି ଦେବା ପାଇଁ ଶ୍ରୀ ମହାପାତ୍ର ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଜଣେ ଆୟୁର୍ବେଦିକ ଆସିଷ୍ଟାଣ୍ଟଙ୍କ ଠାରୁ ସେ ସେହି ୧୫ ହଜାର ଟଙ୍କାରୁ ୫ ହଜାର ଟଙ୍କା ଅଗ୍ରୀମ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।
ଭିଜିଲାନ୍ସ ଅଧିକାରୀମାନେ ବରିଷ୍ଠ କିରାଣି ଦେବାଶିଷ ମହାପାତ୍ରଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ (୫ ହଜାର ଟଙ୍କା) ଜବତ କରିଛନ୍ତି। ଏହା ପରେ ତାଙ୍କର ତିନିଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।
ଏହି ଘଟଣାକୁ ନେଇ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି ଓ ତଦନ୍ତ ଜାରି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।