Advertisment

୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବରିଷ୍ଠ କିରାଣି

କିଛି ଆୟୁର୍ବେଦିକ ଆସିଷ୍ଟାଣ୍ଟଙ୍କ ବକେୟା ଦରମା ବିଲ୍ କରି ଦେବା ପାଇଁ ବରିଷ୍ଠ କିରାଣି ଜଣଙ୍କ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

Debashis Mohapatra

Debashis Mohapatra

Advertisment

୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ଆୟୁର୍ବେଦ ମେଡିକାଲ ଅଫିସରଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦେବାଶିଷ ମହାପାତ୍ର।

Advertisment

କିଛି ଆୟୁର୍ବେଦିକ ଆସିଷ୍ଟାଣ୍ଟଙ୍କ ବକେୟା ଦରମା ବିଲ୍ କରି ଦେବା ପାଇଁ ଶ୍ରୀ ମହାପାତ୍ର ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଜଣେ ଆୟୁର୍ବେଦିକ ଆସିଷ୍ଟାଣ୍ଟଙ୍କ ଠାରୁ ସେ ସେହି ୧୫ ହଜାର ଟଙ୍କାରୁ ୫ ହଜାର ଟଙ୍କା ଅଗ୍ରୀମ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।

ଭିଜିଲାନ୍ସ ଅଧିକାରୀମାନେ ବରିଷ୍ଠ କିରାଣି ଦେବାଶିଷ ମହାପାତ୍ରଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ (୫ ହଜାର ଟଙ୍କା) ଜବତ କରିଛନ୍ତି। ଏହା ପରେ ତାଙ୍କର ତିନିଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

Advertisment

ଏହି ଘଟଣାକୁ ନେଇ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି ଓ ତଦନ୍ତ ଜାରି ରହିଛି।

Bribe Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe