Advertisment

୧୨,୫୦୦ ମାଗିଥିଲେ, ପ୍ରଥମ କିସ୍ତିରେ ୩ ହଜାର ନେବା ବେଳେ ଧରିଲା ଭିଜିଲାନ୍ସ

ଏକ ଘର ପଟ୍ଟାର ଅବିକଳ ନକଲ କରିଦବା ପାଇଁ କୁଶପଙ୍ଗି ଗାଁର ଗଣେଶ ବେଉରାଙ୍କୁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବରିଷ୍ଠ କିରାଣୀ ପ୍ରଶାନ୍ତ କୁମାର ରାଉତ।

ଅଦ୍ୟତନ ହୋଇଛି
Prashant Kumar Raut

Prashant Kumar Raut

Advertisment

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଟକ ଜିଲ୍ଲା ଡମପଡ଼ା ତହସିଲର ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ (ଏସ୍‌ଆରଏ) ପ୍ରଶାନ୍ତ କୁମାର ରାଉତ। ତାଙ୍କଠାରୁ ୩ ହଜାର ଟଙ୍କା ଜବତ କରାଯାଇଛି। 

Advertisment

ଏକ ଘର ପଟ୍ଟାର ଅବିକଳ ନକଲ ଦେବା ପାଇଁ କୁଶପଙ୍ଗି ଗାଁର ଗଣେଶ ବେଉରାଙ୍କୁ ୧୨,୫୦୦ ଟଙ୍କା ମାଗିଥିଲେ ପ୍ରଶାନ୍ତ କୁମାର ରାଉତ। ସେଥିରୁ ପ୍ରଥମ କିସ୍ତିରେ ସେ ଆଜି ୩ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।

ଲାଞ୍ଚ ନେଇ ଧରାପଡ଼ିବା ପରେ ପ୍ରଶାନ୍ତ କୁମାର ରାଉତଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ରଖିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା।  

Advertisment

ପ୍ରଶାନ୍ତଙ୍କ ନାଁରେ ପୂର୍ବରୁ ଏହିଭଳି ଅନେକ ଅଭିଯୋଗ ହୋଇଥିଲା। ଆଉ ଆଜି ସେ ଭିଜିଲାନ୍ସ ଜାଲରେ ପଡ଼ିଗଲେ। 

Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe