Advertisment

ହୋଲିରୁ ଆରମ୍ଭ ବିବାଦ ନେଲା ବିସ୍ଫୋରକ ରୂପ, ରାତିରେ ହେଲା ସିରିଜ ବୋମା ମାଡ଼

ଦୁଇ ପକ୍ଷ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଛକାପଞ୍ଝା ଗତ ରାତିରେ ସିରିଜ୍ ବୋମାମାଡ଼ର ରୂପ ଧାରଣ କରିଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
Police In Village

Police In Village

ହୋଲି ସମୟରୁ ଆରମ୍ଭ ହୋଇଥିବା ବିବାଦ ଗତ ରାତିରେ ବିସ୍ଫୋରକ ରୂପ ଧାରଣ କରିଥିଲା। ଦୁଇ ପକ୍ଷ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଛକାପଞ୍ଝା ଗତ ରାତିରେ ସିରିଜ୍ ବୋମାମାଡ଼ର ରୂପ ଧାରଣ କରିଥିଲା। ଏଥିଯୋଗୁ କେହି ଆହତ ହୋଇ ନ ଥିବା ବେଳେ ଗାଁରେ କୋକୁଆ ଭୟ ଖେଳି ଯାଇଛି। ଫଳରେ ଅଘଟଣ ଆଶଙ୍କାରେ ଗାଁରେ ଫୋର୍ସ ମୁତୟନ ହୋଇଛନ୍ତି।

Advertisment

ଏପରି ଏକ ଅଭାବନୀୟ ଘଟଣା ଗତ ରାତିରେ କଟକ ଜିଲ୍ଲା ଆଠଗଡ଼ ତିଗିରିଆରେ ଘଟିଛି। ବିଳମ୍ବିତ ରାତିରେ ତିଗିରିଆ ଥାନା ବେଲଅଣ୍ଟା ଗାଁରେ ୧୦ରୁ ଅଧିକ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଆଠଗଡ଼ ଏସଡିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା ଚଳାଇଛନ୍ତି। 

ହୋଲି ଦିନ ଗ୍ରାମରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ପାଞ୍ଚଜଣ ଆହାତ ହୋଇଥିଲେ। ଉକ୍ତ ସମୟରେ ହୋଇଥିବା ସଂଘର୍ଷରେ ଭୋଗଡାର ସରପଞ୍ଚଙ୍କ ସ୍ୱାମୀ ଓ ଦିଅର ଆହତ ହୋଇଥିଲେ । ପୁଲିସ୍‌ ପ୍ରଶାସନର ଉଦ୍ୟମ ଫଳରେ କିଛି ଦିନ ଶାନ୍ତ ପଡିବା ପରେ ଏବେ ଗାଁ ପୁଣି ଅଶାନ୍ତ ହୋଇ ପଡିଛି।

Advertisment

ଗତ ରାତିରେ ଗାଁରେ ଗୋଟିଏ ଗୋଷ୍ଠୀ ଗାଁରେ ବୋମା ମାଡ କରିଛି । ଗାଁରେ ସିରିଜ ବୋମା ମାଡ଼ ହୋଇ ବିଭିନ୍ନ ସ୍ଥାନରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ବୋମା ଫୁଟିଥିଲା। ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଥିବା ବେଳେ ଘରୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି।

ଖବର ପାଇ ଘଟଣା ସ୍ଥଳରେ ଆଠଗଡ ଏସଡିପିଓ ଓ ତିଗିରିଆ ପୁଲିସ୍ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ଗ୍ରାମରେ ଚାପା ଉତ୍ତେଜନା ଥିବାରୁ ଫୋର୍ସ ମୁତୟନ କରାଯାଇଛି।

Cuttack Police Bomb Blast Bombing