Advertisment

ଭରତପୁର ପରେ ବାଲିପାଟଣା ଥାନା ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ

ଏକ ଘଟଣାକୁ କେନ୍ଦ୍ରକରି ବାଲିପାଟଣା ଥାନା ଘେରାଉ ପାଇଁ ସ୍ଥାନୀୟ ବାସିନ୍ଦା ମେଳି କରିଥିଲେ। ସେହି ସମୟରେ ବିଜୟ କୁମାର ଷଡଙ୍ଗୀ ନାମକ ବ୍ୟକ୍ତି ଉତ୍ତ୍ୟକ୍ତ ଲୋକଙ୍କୁ ଥାନା ଘେରାଉ ନକରିବାକୁ ବୁଝାସୁଝା କରୁଥିଲେ।

Balipatna Police Station

Balipatna Police Station

Advertisment

ପୁଣି ପୁଲିସ ନାଁରେ ସାଂଘାତିକ ଅଭିଯୋଗ। ଭୁବନେଶ୍ୱର ଭରତପୁର ଥାନା ପରେ ବାଲିପାଟଣା ଥାନା ନାଁରେ ଉଠିଛି ଅଭିଯୋଗ। ସେପ୍ଟେମ୍ବର ୧ ତାରିଖରେ ବାଲିପାଟଣା ଥାନାରେ ଜଣେ ବ୍ୟକ୍ତିଙ୍କୁ ଥାନା ଅଧିକାରୀ ମାଡ଼ ମାରିଥିବା ଅଭିଯୋଗ ଆସିଛି।

Advertisment

ଅଭିଯୋଗ ଅନୁଯାୟୀ, ଏକ ଘଟଣାକୁ କେନ୍ଦ୍ରକରି ବାଲିପାଟଣା ଥାନା ଘେରାଉ ପାଇଁ ସ୍ଥାନୀୟ ବାସିନ୍ଦା ମେଳି କରିଥିଲେ। ସେହି ସମୟରେ ବିଜୟ କୁମାର ଷଡଙ୍ଗୀ ନାମକ ବ୍ୟକ୍ତି ଉତ୍ତ୍ୟକ୍ତ ଲୋକଙ୍କୁ ଥାନା ଘେରାଉ ନକରିବାକୁ ବୁଝାସୁଝା କରୁଥିଲେ। ହେଲେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଥାନାକୁ ବିଜୟଙ୍କୁ ନେଇଯାଇଥିଲା। ସେଠାରେ ସବ-ଇନ୍ସପେକ୍ଟରଙ୍କ ସମେତ ଖୋଦ ଥାନା ଅଧିକାରୀ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ବିଜୟ। ଏ ନେଇ ଡେପୁଟି କମିସନରଙ୍କଠାରୁ ଆରମ୍ଭ କରି ପୁଲିସ ମହା ନିର୍ଦ୍ଦେଶକଙ୍କୁ ଭେଟିଛନ୍ତି ଅଭିଯୋଗକାରୀ ବିଜୟ। ନ୍ୟାୟ ନ ମିଳିବାରୁ ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିବା କହିଛନ୍ତି।

ତେବେ ଏ ନେଇ ଥାନା ଅଧିକାରୀ କିମ୍ବା ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Bhubaneswar Bhubaneswar News Commissionerate Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe