Advertisment

ବଟି ନଦେବାରୁ ହୋଟେଲ ମାଲିକ ଓ କର୍ମଚାରୀଙ୍କୁ ନିର୍ଧୁମ ପିଟିଲେ IIC!

ଖଜୁରୀପଡ଼ା ଚେକ୍‌ଗେଟ୍‌ ନିକଟରେ ସୁବ୍ରତ କୁମାର ସାହୁ ଗୋଟିଏ ହୋଟେଲ୍‌ କରିଛନ୍ତି। ସୁବ୍ରତ କୁମାର ସାହୁଙ୍କ କହିବା ଅନୁସାରେ ସେଠାରେ ହୋଟେଲ୍‌ ଚଲାଇବା ପାଇଁ ଖଜୁରୀପଡ଼ା ଥାନା ଆଇଆଇସି ଚାପଧର ପ୍ରଧାନ ମାସିକିଆ ଚାନ୍ଦା ମାଗୁଛନ୍ତି।

Hotel

Hotel

Advertisment

ଥାନା IICଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ବଟି ନଦେବାରୁ ହୋଟେଲ ମାଲିକ ଓ କର୍ମଚାରୀଙ୍କୁ ନିର୍ଧୁମ ପିଟିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାରୁ। ଥାନା ଅଧିକାରୀଙ୍କଠାରୁ ନିରାଶ ହୋଇ ହୋଟେଲ୍‌ ମାଲିକ ଓ କର୍ମଚାରୀମାନେ ଆଜି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାଡ଼ ମାରିଥିବା ଆଇଆଇସିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Advertisment

ଖଜୁରୀପଡ଼ା ଚେକ୍‌ଗେଟ୍‌ ନିକଟରେ ସୁବ୍ରତ କୁମାର ସାହୁ ଗୋଟିଏ ହୋଟେଲ୍‌ କରିଛନ୍ତି। ସୁବ୍ରତ କୁମାର ସାହୁଙ୍କ କହିବା ଅନୁସାରେ ସେଠାରେ ହୋଟେଲ୍‌ ଚଲାଇବା ପାଇଁ ଖଜୁରୀପଡ଼ା ଥାନା ଆଇଆଇସି ଚାପଧର ପ୍ରଧାନ ମାସିକିଆ ଚାନ୍ଦା ମାଗୁଛନ୍ତି। ମାତ୍ର ସେ ନଦେବାରୁ ବାରମ୍ବାର ତାଙ୍କ ହୋଟେଲରେ ଚଢ଼ଉ କରୁଛନ୍ତି। ତାଙ୍କୁ ନାନା ହଇରାଣ କରୁଛନ୍ତି। ଗତ ୧୭ ତାରିଖ ରାତିରେ IIC ହୋଟେଲରେ ପହଞ୍ଚି ଖାନତଲାସି କରିଥିଲେ। କିନ୍ତୁ ହୋଟେଲରେ ତାଙ୍କୁ କିଛି ମିଳିନଥିଲା। ଏଥିରେ ରାଗିଯାଇ IIC ହୋଟେଲ ମାଲିକ ସୁବ୍ରତ ଓ ସମସ୍ତ କର୍ମଚାରୀଙ୍କୁ ଗୋଟିଏ ରୁମରେ ଭର୍ତ୍ତି କରି କବାଟ ବନ୍ଦ ନିର୍ଧୁମ ପିଟିଥିବା ଅଭିଯୋଗ ହୋଇଛି। ଏଥିସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଆଉ ହୋଟେଲରୁ ବାହାରିଲା ବେଳେ ଧମକ ଦେଇଥିଲେ।

ସୁବ୍ରତ ଓ ତାଙ୍କ ପରିବାର ଲୋକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୁଲିସ୍‌ ଏତଲା ରଖିନଥିଲା। ପୁଲିସ୍‌ଠାରୁ ନିରାଶ ହୋଇ ସୁବ୍ରତ କନ୍ଧମାଳ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ନ୍ୟାୟ ଦେବା ପାଇଁ ଏସ୍‌ପିଙ୍କୁ ଗୁହାରୀ କରିଥିଲେ।

Advertisment

ମାତ୍ର ଏନେଇ ଏସ୍‌ପି ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ-ଫୁଲବାଣୀରୁ ତ୍ରିନାଥ ସାହୁ

Phulbani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe