Advertisment

ଇଂଲିଶ ମିଡ଼ିୟମ୍‌ ସ୍କୁଲରେ ଇଂଲିଶ ସାର ଦେଉଥିଲେ ଯୌନ ନିର୍ଯାତନା

ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଖବର ପାଇ ସମ୍ବଲପୁର ଉପ ଜିଲ୍ଲାପାଳ ଡାକ୍ତର ପୁଷ୍ପାଞ୍ଜଳୀ ପଣ୍ଡା ଓ ତହସିଲଦାର୍‌ ସ୍କୁଲରେ ପହଞ୍ଚିଥିଲେ। ସେମାନେ ପୀଡ଼ିତା ଛାତ୍ରୀ ଓ ପ୍ରିନ୍ସପାଲଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ।

undefined

School

Advertisment

ଇଂଲିଶ ମିଡ଼ିୟମ୍‌ ସ୍କୁଲରେ ଇଂଲିଶ ସାର ଦେଉଥିଲେ ଯୌନ ନିର୍ଯାତନା। ପାଠ ପଢ଼ାଇବା ବଦଳରେ ସେ ନିୟମିତ ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ସମ୍ୱଲପୁର ଟାଉନ୍‌ରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଇଂଲିଶ୍‌ ସାରଙ୍କୁ ଟେକିଆଣି ଘନଘନ ଜେରା କରୁଛି।

Advertisment

ସମ୍ୱଲପୁରରେ ଏକ ପ୍ରତିଷ୍ଠିତ ଇଂଲିଶ ମିଡିୟମ୍‌ ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ ଜଣେ ଇଂଲିଶ ଶିକ୍ଷକ। ତେବେ ନିର୍ଯାତନା ଅସହ୍ୟ ହେବାରୁ ୩ ଦିନ ତଳେ ପୀଡ଼ିତା ଛାତ୍ରୀ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ଏନେଇ ବିଦ୍ୟାଳୟର ଅଭିଭାବକ କମିଟିକୁ ଜଣାଇଥିଲେ। ଏହା ପରେ ଅଭିଭାବକମାନେ ସ୍କୁଲରେ ପଢ଼ୁଥିବା ଆଉ କିଛି ଛାତ୍ରୀଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ। ସମ୍ପୃକ୍ତ ଇଂଲିଶ ଶିକ୍ଷକ ଅନେକ ଛାତ୍ରୀ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଏହା ପରେ ଅଭିଭାବକମାନେ ବିଦ୍ୟାଳୟର ପ୍ରିନ୍ସପାଲ୍‌ ଡଃ ପ୍ରଶାନ୍ତ କୁମାର ଷଢଙ୍ଗୀଙ୍କୁ ଜଣାଇଥିଲେ।

ଅଭିଭାବକଙ୍କ ଅଭିଯୋଗ ଆଧାରରେ ପ୍ରିନ୍ସପାଲ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଭାବକମାନେ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦୁଇଟି ଅଭିଯୋଗକୁ ଭିତ୍ତିକରି ବରେଇପାଲି ଓ କ୍ଷେତରାଜପୁର ଥାନା ଅଧିକାରୀ ସ୍କୁଲରେ ପହଞ୍ଚି ଥିଲେ। ଇଂଲିଶ ଶିକ୍ଷକଙ୍କ ଅଟକ ରଖି ଘନଘନ ଜେରା କରୁଛି।

Advertisment

ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଖବର ପାଇ ସମ୍ବଲପୁର ଉପ ଜିଲ୍ଲାପାଳ ଡାକ୍ତର ପୁଷ୍ପାଞ୍ଜଳୀ ପଣ୍ଡା ଓ ତହସିଲଦାର୍‌ ସ୍କୁଲରେ ପହଞ୍ଚିଥିଲେ। ସେମାନେ ପୀଡ଼ିତା ଛାତ୍ରୀ ଓ ପ୍ରିନ୍ସପାଲଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ସ୍କୁଲରୁ ବାହାରିଲା ବେଳେ ଉପଜିଲ୍ଲାପାଳ କହିଛନ୍ତି, ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଛାତ୍ରୀ ଓ ସ୍କୁଲ ପ୍ରିନ୍ସପାଲଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

ସେପଟେ ପ୍ରିନ୍ସପାଲ କହିଛନ୍ତି, ଆଇନ୍‌ ଅନୁଯାୟୀ ସ୍କୁଲ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ।

ରିପୋର୍ଟ- ସମ୍ୱଲପୁରରୁ ସଞ୍ଜୟ ଜେନା

Sambalpur School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe