Student
ଶିକ୍ଷକ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ରାତି ୧୨ଟାରେ ସେ ଛାତ୍ରୀଙ୍କୁ ନିଜ ବେଡ୍ରୁ ଡାକି ନେଇଥିଲେ। ଆଉ ତାଙ୍କ ଶରୀରକୁ କାମୁଡ଼ା କାମୁଡ଼ି କରିଥିବା ଅଭିଯୋଗ ହୋଇଛି। ଶିକ୍ଷକଙ୍କ ନାଁରେ ଏପରି ଅଭିଯୋଗ ମାଲକାନଗିରିରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
କାଲିମେଳା ଥାନା ଅଞ୍ଚଳର ୧୩ ବର୍ଷର ଛାତ୍ରୀ ପଦ୍ମା (ଛଦ୍ମନାମ) କନ୍ୟା ଆଶ୍ରାମରେ ରହି ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ଗୁରୁବାର ରାତିରେ ସାଥୀଙ୍କ ସହ ନିଜ ବେଡ୍ରେ ଶୋଇଥିଲେ। ରାତି ପ୍ରାୟ ୧୨ଟା ତାଙ୍କ ପାଖରେ ପହଞ୍ଚିଥିଲେ ସେହି ସ୍କୁଲର ଶିକ୍ଷକ। ବାହାନା କରି ତାଙ୍କୁ ନିଜ ବେଡ୍ ରୁମ୍କୁ ଡାକି ନେଇଥିଲେ। ସେଠାରେ ସେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଜବରଦସ୍ତି ତାଙ୍କ ଶରୀରକୁ କାମୁଡ଼ା କାମୁଡ଼ି କରିଥିବା ଅଭିଯୋଗ ହୋଇଛି। ଜୀବନ ବିକଳରେ ପଦ୍ମା ସେଠାରୁ ଧାଇଁ ପଳାଇ ଆସିଥିଲେ। ଆଉ କାନ୍ଦି କାନ୍ଦି ପୂରା ଘଟଣା ସମ୍ପର୍କରେ ମାଟ୍ରନ୍ ଦିଦିଙ୍କୁ କହିଥିଲେ। ସେହି ସେ ମାଟ୍ରନ୍ଙ୍କ ସହିତ ରହିଥିଲେ।
ଆଜି ପଦ୍ମା ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ପରିବାର ଲୋକ ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ କନ୍ୟାଶ୍ରମରେ ପହଞ୍ଚିଥିଲେ। ପୂରା ଘଟଣା ଜାଣିବା ପରେ ଏନେଇ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣା ମାଲକାନଗିରି ଜିଲ୍ଲାରେ ଆଲୋଡନ ଖେଳାଇ ଦେଇଛି।
ଅନ୍ୟପକ୍ଷରେ ଘଟଣାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଘଟଣାସ୍ଥଳ କନ୍ୟାଶ୍ରମରେ ପହନ୍ତି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏନେଇ ଅଭିଯୁକ୍ତ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Student_1722602088.jpg)