Advertisment

ବୈକୁଣ୍ଠଧାମ ଆଶ୍ରମରେ ଚାଲୁଥିଲା ଯୌନ ଉତ୍ପୀଡନ!

ଅଭିଯୋଗ ଅନୁସାରେ ଥରେ ଲୀନାଙ୍କୁ ଫୋନ୍‌ କରୁଥିବା ଆଶ୍ରମର ବାବା କ୍ରିଷ୍ଣ ମାଧବଙ୍କ ସହ ଯୋଗାଯୋଗ କରିଥିଲେ ଜିତେନ। ଏଥିପାଇଁ ସେ ୨,୦୦,୦୦୦ ଟଙ୍କା ମାଗିଲା। ୨,୦୦,୦୦୦ ଟଙ୍କା ଦେଲେ ଲୀନାଙ୍କୁ ଛାଡ଼ିଦେବି ବୋଲି କ୍ରିଷ୍ଣା କହିଥିଲେ।

author-image
Manoranjan Sial
baba

baba

ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମ ନାଁରେ ବଡ଼ ଅଭିଯୋଗ। ଆଶ୍ରମରେ ଅନୈତିକ କାର୍ଯ୍ୟ ଚାଲିଥିବା ନେଇ ଅଭିଯୋଗ କରିଛନ୍ତି କେନ୍ଦୁଝରର ଜଣେ ବ୍ୟକ୍ତି ଜିତେନ ଗିରି। ଏପରିକି ତାଙ୍କ ପାଖରେ ଏନେଇ ପ୍ରମାଣ ଥିବା ସେ କହିଛନ୍ତି। ଆଶ୍ରମକୁ ନିୟମିତ ଆସୁଥିବା ତାଙ୍କ ସ୍ତ୍ରୀ ମଧ୍ୟ ନିଖୋଜ ଥିବା ସେ ଅଭିଯୋଗ କରିଛନ୍ତି। ସହିଦନଗର ଥାନାରେ ସେ ଏନେଇ ଏତଲା ଦେଇଛନ୍ତି।

Advertisment

କେନ୍ଦୁଝରର ଜିତେନ ଗିରି ହେଉଛନ୍ତି ଜଣେ ବ୍ୟବସାୟୀ। ସେ ମୟୂରଭଞ୍ଜର ଲୀନା(ଛଦ୍ମନାମ)ଙ୍କୁ ବିବାହ କରିଥିଲେ। ଉଭୟ କିଛି ଦିନ ଭୁବନେଶ୍ୱର ଆଚାର୍ଯ୍ୟ ବିହାରରେ ଘର ଭଡ଼ା ନେଇ ରହୁଥିଲେ। ଜିତେନଙ୍କ ବ୍ୟବସାୟ ମୟୂରଭଞ୍ଜରେ ଥିବାରୁ ସେ ସେଠାକୁ ଚାଲି ଯାଇଥିଲେ। ତେଣୁ ଲୀନା ଏକାକୀ ଭୁବନେଶ୍ୱରରେ ରହି ପାଠ ପଢ଼ୁଥିଲେ। ସ୍ୱାମୀଙ୍କ ଅନୁପସ୍ଥିତି ଲୀନା ଆଉ ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ। ଅଭିଯୋଗ ଅନୁସାରେ ତାଙ୍କ ପରାମର୍ଶରେ ଲୀନା କୁଆଡେ କୁନି ବାବାଙ୍କ ବୈକୁଣ୍ଠଧାନ ଆଶ୍ରମ ଯିବା ଆସିବା କରୁଥିଲେ। ଆଚାର୍ଯ୍ୟ ବିହାରରୁ ଖଣ୍ଡଗିରି ଭିତରେ ଅଧିକ ଦୂରତା ଥିବାରୁ ଯିବା ଆସିବାରେ ସମସ୍ୟା ହେଉଥିଲା। ତେଣୁ ଲୀନା ସ୍ୱାମୀଙ୍କୁ ନଜଣାଇ ଖଣ୍ଡଗିରି ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ।

ଖଣ୍ଡଗିରିକୁ ପଳାଇ ଆସିବା ପରେ ଲୀନା ନିୟମିତ ଆଶ୍ରମକୁ ଯିବା ଆସିବା କରୁଥିଲେ। ଆଶ୍ରମର ପ୍ରତ୍ୟେକ କାର୍ଯ୍ୟରେ ଅଂଶ ଗ୍ରହଣ କରୁଥିଲେ। ଲୀନାଙ୍କୁ କୁନି ବାବା ଘୋଡା ଚଢ଼ା ଶିଖୁଉ ଥିଲେ। ତେବେ ଲୀନା ଆଶ୍ରମକୁ ବାରମ୍ୱାର ଯାଉଥିବାରୁ ଜିତେନଙ୍କ ମନରେ ସନ୍ଦେହ ହେଉଥିଲା। ଆଶ୍ରମରେ କୌଣସି ଅନୈତିକ କାମ ହେଉଥିବା ସେ ସନ୍ଦେହ କରୁଥିଲେ। ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। କିନ୍ତୁ ଅସହାୟ ହୋଇପଡ଼ିଥିଲେ ଜିତେନ। ପତ୍ନୀ ଲୀନାଙ୍କୁ ବୁଝାଇଲେ ମଧ୍ୟ ସେ କିଛି ବୁଝୁନଥିଲେ। ଏକ ପ୍ରକାର ପୂରା ଅସହାୟ ହୋଇପଡ଼ିଥିଲେ। ....... ଏମିତି କି ସେ ପଣ୍ଡିତ କାଶୀନାଥ ମିଶ୍ରଙ୍କ ସହଯୋଗ ଲୋଡ଼ିଥିଲେ। ହେଲେ ସେ ଧରାଛୁଆଁ ଦେଇନଥିଲେ।

Advertisment

ଅଭିଯୋଗ ଅନୁସାରେ ଥରେ ଲୀନାଙ୍କୁ ଫୋନ୍‌ କରୁଥିବା ଆଶ୍ରମର ବାବା କ୍ରିଷ୍ଣ ମାଧବଙ୍କ ସହ ଯୋଗାଯୋଗ କରିଥିଲେ ଜିତେନ। ଏଥିପାଇଁ ସେ ୨,୦୦,୦୦୦ ଟଙ୍କା ମାଗିଲା। ୨,୦୦,୦୦୦ ଟଙ୍କା ଦେଲେ ଲୀନାଙ୍କୁ ଛାଡ଼ିଦେବି ବୋଲି କ୍ରିଷ୍ଣା କହିଥିଲେ। ତେଣୁ ଜିତେନ୍‌ ବାଧ୍ୟ ହୋଇ କ୍ରିଷ୍ଣାଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ। ଟଙ୍କା ପାଇବା ପରେ କ୍ରିଷ୍ଣା ଧରାଛୁଆଁ ଦେଲାନାହିଁ। ତା’ପରଠାରୁ ପ୍ରାୟ ୮ ମାସ ହେଲା ପତ୍ନୀଙ୍କୁ ଖୋଜୁଛନ୍ତି ଜିତେନ୍‌ ଗିରି। ଲୋକଙ୍କୁ ଠକିବା, ସମ୍ପତ୍ତି ହଡପ୍‌, ଯୌନ ଉତ୍ପୀଡନ ଆଦି କାର୍ଯ୍ୟ ହେଉଥିବା ସେ ଅଭିଯୋଗ କରିଛନ୍ତି। ତେଣୁ କାଶୀନାଇ, ତାଙ୍କ ପୁଅ ଅର୍ଥାତ କୁନିବାବା, ପାଣ୍ଡବ ପରିଡ଼ା,ମୋହନ ବେହେରା ଆଦି ଲୋକଙ୍କ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜିତେନ ଦାବି କରିଛନ୍ତି।

ତେବେ ଏନେଇ ଆଶ୍ରମ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Bhubaneswar Bhubaneswar News Crime