Advertisment

ଚୋର ଧରାଇ ଦେଲା ଆଧାର କାର୍ଡ; ମାଲିକ ଘରୁ ନେଇ ଯାଇଥିଲେ ଅଢେଇ କୋଟିର ଅଳଙ୍କାର

ନିଜ ମାଲିକ ଘରେ କଳାକନା ବୁଲାଇଥିଲେ ଦୁଇ ଘରୋଇ ସହାୟକ । ମାଲିକଙ୍କ ପରିବାର ସଦସ୍ୟଙ୍କ ଖାଦ୍ୟରେ ନିଶା ଦ୍ରବ୍ୟ ଦେଇ ଲୁଟି ନେଇଥିଲେ ଅଢେଇ କୋଟିର ଅଳଙ୍କାର।

author-image
Niharika Rout
ଅଦ୍ୟତନ ହୋଇଛି
Arrest

Arrest

ନିଜ ମାଲିକ ଘରେ କଳାକନା ବୁଲାଇଥିଲେ ଦୁଇ ଘରୋଇ ସହାୟକ । ମାଲିକଙ୍କ ପରିବାର ସଦସ୍ୟଙ୍କ ଖାଦ୍ୟରେ ନିଶା ଦ୍ରବ୍ୟ ଦେଇ ଲୁଟି ନେଇଥିଲେ ଅଢେଇ କୋଟିର ଅଳଙ୍କାର। ମୁମ୍ବାଇରେ ଏପରି କାରନାମା ଘଟାଇ ବିହାର ପଳାଇଥିଲେ ଦୁଇ ଚୋର। ମାତ୍ର ଧରାଇ ଦେଲା ଆଧାର କାର୍ଡ।

Advertisment

ସେମାନଙ୍କ ଆଧାର କାର୍ଡ ସହାୟତାରେ ମୁମ୍ବାଇ ପୁଲିସ୍‌ ଏହି ଦୁଇ ଚୋରଙ୍କୁ ବିହାରରୁ ଉଠାଇ ଆଣିଛି। ଗିରଫ ଯୁବକଦ୍ୱୟ ହେଲେ ୧୯ ବର୍ଷୀୟ ରାଜା ଯାଦବ ଓ ଶତ୍ରୁଘ୍ନ କୁମାର।

ପୂର୍ବ ଯୋଜନା ଅନୁଯାୟୀ, ଉଭୟ ଗତ ୧୦ ତାରିଖରେ ନିଜ ମାଲିକଙ୍କ ପରିବାର ସଦସ୍ୟଙ୍କ ଖାଦ୍ୟ ପଦାର୍ଥରେ ନିଶା ଦ୍ରବ୍ୟ ମିଶାଇ ଦେଇଥିଲେ। ସମସ୍ତେ ବେହୋସ ହେବା ପରେ ଉଭୟ ଚୋର ମାଲିକଙ୍କ ଘରେ ଥିବା ପ୍ରାୟ ଅଢେଇ କୋଟି ମୂଲ୍ୟର ହୀରା ଗହଣା ନେଇ ଫେରାର ହୋଇ ଯାଇଥିଲେ।

Advertisment

ପରିବାର ସଦସ୍ୟ ହୋସ୍‌କୁ ଆସିବା ପରେ ସେମାନଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ତେଣୁ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା। ଘର ଖାନତଲାସୀ ବେଳେ ହୀରା ଅଳଙ୍କାର ଗାଏବ ହୋଇ ଯାଇଥିବା ଜଣାପଡ଼ିଥିଲା। ଏନେଇ ପରିବାର ସଦସ୍ୟ ଥାନାରେ ଅଭିଯୋଗ କରିଥିଲେ।

ମୁମ୍ବାଇ ପୁଲିସ୍‌ ଉଭୟଙ୍କ ଆଧାର କାର୍ଡ ଯାଞ୍ଚ କରି ସେମାନେ ବିହାର ବାସିନ୍ଦା ବୋଲି ଜାଣିବାକୁ ପାଇଥିଲା। ଏହାପରେ ତୁରନ୍ତ ଟିମ୍‌ ପଠାଇ ସେମାନଙ୍କୁ ଉଠାଇ ଆଣିଛି। ପୁଲିସ୍‌ ଅଧିକ ପଚରାଉଚରା କରି ସେମାନଙ୍କ ପଛ ରେକର୍ଡ ଜାଣିବାକୁ ଚେଷ୍ଟା ଚଳାଇଛି।

Mumbai Police Bihar Arrest