Advertisment

ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ

ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।

Police

Police

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ଘଟଣାରେ ସଂପୃକ୍ତ ଥିବା ୭ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆଳି ପୁଲିସ।

Advertisment

ଗିରଫ ଡକାୟତମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ତେଲଙ୍ଗାନା କଟୁରୀ, ତିନିଟି ବାଇକ୍‌, ୬ଟି ମୋବାଇଲ ଫୋନ୍‌, ୩୦ ଗ୍ରାମ ସୁନା, ୨୩୫ ଗ୍ରାମ ରୁପା ଓ ନଗଦ ୪୬ ହଜାର ଟଙ୍କା ଜବତ କରାଯାଇଛି।

ଗତ ୪ ତାରିଖ ରାତି ପ୍ରାୟ ୮ଟା ବେଳେ ଏହି ଡକାୟତମାନେ ମୁହଁରେ କଳାକପଡ଼ା ପିନ୍ଧି ଅଙ୍ଗାରଖ ଗାଁର ପ୍ରଭାକର ପ୍ରଧାନଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ବୋହୂଙ୍କୁ ମାଡ଼ ମାରିବା ସହିତ ବନ୍ଧୁକ ଦେଖାଇ ଘରେ କଳାକନା ବୁଲାଇ ଦେଇଥିଲେ।

Advertisment

ଆଳି ଆଇଆଇସି ସବ୍ୟସାଚୀ ଶତପଥୀ କହିଛନ୍ତି ଯେ ସ୍ପେଶାଲ ସ୍କ୍ୱାଡ୍‌ ଘଟଣାର ତଦନ୍ତ କରି ଏହି ୭ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। 

 ଆଳିରୁ ବନମାଳୀ ସାହୁଙ୍କ ରିପୋର୍ଟ 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe