Advertisment

ଜାତୀୟ ରାଜପଥରେ ଟ୍ରକ୍‌ରୁ ଡିଜେଲ୍ ଚୋରି କରୁଥିବା ବେଳେ ୭ ଚୋରଙ୍କୁ ଧରିଲା ପୁଲିସ୍‌

ଗିରଫ ସମସ୍ତ ଚୋରଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

author-image
Jitendra Garnayak
Accused and Police

Accused and Police

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଲେଇ ଗାଁ ନିକଟରୁ ୧୪୯ ନମ୍ବର ଜାତୀୟ ରାଜପଥରୁ ୭ ଜଣ ଚୋରଙ୍କୁ ଗିରଫ କରିଛି ପୁଲିସ। ଏହି ଚୋରମାନେ ରାସ୍ତାକଡ଼ରେ ଛିଡା ହୋଇଥିବା ଟ୍ରକ୍‌ ଗୁଡ଼ିକରୁ ଡିଜେଲ ଚୋରି କରୁଥିବା ବେଳେ ମାଡ଼ି ବସିଥିଲା ପରଜଙ୍ଗ ପୁଲିସ।

Advertisment

ଗିରଫ ଚୋରମାନେ ହେଉଛନ୍ତି- ଅନୁଗୋଳ ଜିଲ୍ଲା କନ୍ଧବେରଣୀ ଗାଁର ବିଜୟ ସେଠୀ, ତୁବେ ଗାଁର ଶ୍ରୀତମ ମାଝୀ ଓ ବାପୁନ ବେହେରା, ଗୋପାଳପ୍ରସାଦ ଗାଁର ଜେନା ବେହେରା, ମାମୁଲି ବେହେରା, ଅନୀଲ ବେହେରା ଏବଂ ସିଲୁ ସେଠୀ।

ସେମାନଙ୍କ ଠାରୁ ଗୋଟିଏ ନକଲି ବନ୍ଧୁକ, ଭୁଜାଲି, ଅନ୍ୟାନ୍ୟ ମାରଣାସ୍ତ୍ର ସହିତ ନଗଦ ୫୦ ହଜାର ଟଙ୍କା, ସ୍କର୍ପିଓ ଗାଡି ଓ ୬ ଟି ମୋବାଇଲ ଜବତ କରିଛି ପୁଲିସ।

Advertisment

ଗିରଫ ସମସ୍ତ ଚୋରଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଦୀର୍ଘଦିନ ହେବ ଏହି ଗ୍ୟାଙ୍ଗ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିଲା।

Odisha Police Thief Racket