Accused and Police
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଲେଇ ଗାଁ ନିକଟରୁ ୧୪୯ ନମ୍ବର ଜାତୀୟ ରାଜପଥରୁ ୭ ଜଣ ଚୋରଙ୍କୁ ଗିରଫ କରିଛି ପୁଲିସ। ଏହି ଚୋରମାନେ ରାସ୍ତାକଡ଼ରେ ଛିଡା ହୋଇଥିବା ଟ୍ରକ୍ ଗୁଡ଼ିକରୁ ଡିଜେଲ ଚୋରି କରୁଥିବା ବେଳେ ମାଡ଼ି ବସିଥିଲା ପରଜଙ୍ଗ ପୁଲିସ।
ଗିରଫ ଚୋରମାନେ ହେଉଛନ୍ତି- ଅନୁଗୋଳ ଜିଲ୍ଲା କନ୍ଧବେରଣୀ ଗାଁର ବିଜୟ ସେଠୀ, ତୁବେ ଗାଁର ଶ୍ରୀତମ ମାଝୀ ଓ ବାପୁନ ବେହେରା, ଗୋପାଳପ୍ରସାଦ ଗାଁର ଜେନା ବେହେରା, ମାମୁଲି ବେହେରା, ଅନୀଲ ବେହେରା ଏବଂ ସିଲୁ ସେଠୀ।
ସେମାନଙ୍କ ଠାରୁ ଗୋଟିଏ ନକଲି ବନ୍ଧୁକ, ଭୁଜାଲି, ଅନ୍ୟାନ୍ୟ ମାରଣାସ୍ତ୍ର ସହିତ ନଗଦ ୫୦ ହଜାର ଟଙ୍କା, ସ୍କର୍ପିଓ ଗାଡି ଓ ୬ ଟି ମୋବାଇଲ ଜବତ କରିଛି ପୁଲିସ।
ଗିରଫ ସମସ୍ତ ଚୋରଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଦୀର୍ଘଦିନ ହେବ ଏହି ଗ୍ୟାଙ୍ଗ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1694334716.jpg)