Advertisment

୭ ବର୍ଷରୁ ଝିଅକୁ ଦୁଷ୍କର୍ମ କରିବା ପରେ ହାଣିଲା, ଶେଷରେ ତଣ୍ଟି ଚିପି ମାରିଦେଲା

ପ୍ରଥମେ ସେ ପିଲାଟିକୁ ଦୁଷ୍କର୍ମ କରିଥିଲା। ଏହାପରେ ତାଙ୍କୁ ହାଣି ଦେଇଥିଲା। ଏତିକିରେ ତା’ ମନ ଭରି ନଥିଲା ଯେ ସେ ପିଲାଟିର ତଣ୍ଟି ଚିପି ହତ୍ୟା କରିଛି।

stop Rape

stop Rape

Advertisment

ବର୍ବରତାର ସବୁ ସୀମା ଟପି ଯାଇଛି। ଜଣେ କିଶୋର ଘଟାଇଛି ଭୟଙ୍କର କାଣ୍ଡ। ସେ ଜଣେ ୭ ବର୍ଷର ଝିଅକୁ ଦୁଷ୍କର୍ମ କରିବା ପରେ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ପ୍ରଥମେ ସେ ପିଲାଟିକୁ ଦୁଷ୍କର୍ମ କରିଥିଲା। ଏହାପରେ ତାଙ୍କୁ ହାଣି ଦେଇଥିଲା। ଏତିକିରେ ତା’ ମନ ଭରି ନଥିଲା ଯେ ସେ ପିଲାଟିର ତଣ୍ଟି ଚିପି ହତ୍ୟା କରିଛି। ମଧ୍ୟପ୍ରଦେଶର ଛିନ୍ଦୱାରେ ଜିଲ୍ଲାର ଗୋଟିଏ ଗାଁରେ ଏପରି ଘଟଣା ଘଟିଛି।

ଝିଅଟିକୁ ହତ୍ୟା କରିବା ପରେ ଅଭିଯୁକ୍ତ ଜଣକ ତା’ ମୃତଦେହକୁ ପୋତି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପୁଲିସ୍‌ କହିଛି ଯେ ନବାଳିକା ଜଣଙ୍କ ଦୁଷ୍କର୍ମକୁ ବିରୋଧ କରିବାରୁ ଏଥିରେ ବିରକ୍ତ ହୋଇ କିଶୋର ଜଣକ ତାଙ୍କୁ ହତ୍ୟା କରିଛି।

Advertisment

ଧାନଖେଡ଼ାରେ ରହୁଥିବା ୧୯ ବର୍ଷୀୟ ଅଭିଯୁକ୍ତ ସୋନୁ ପଣ୍ଡ୍ରାମକୁ ପୁଲିସ ଗିରଫ କରିବା ପରେ ମାଟି ତଳେ ପୋତା ଯାଇଥିବା ନାବାଳିକାର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୁଲିସ୍‌ କହିଛି ଯେ ପୀଡ଼ିତାଙ୍କ ସମ୍ପର୍କ ହେଉଛି ସୋନୁ। ଦୁଇ ଦିନ ତଳେ ସେ ଜଚନ୍ନାରଦେବ ଠାରେ ରହୁଥିବା ତା’ ମାଉସୀଙ୍କ ଘରକୁ ଆସିଥିଲା। ମଙ୍ଗଳବାର ନାବାଳିକାଙ୍କ ମା’ ଆଖୁଚାଷ ହୋଇଥିବା କ୍ଷେତକୁ ଯାଇଥିଲେ। ନାବାଳିକା ଜଣଙ୍କ ଏକାକୀ ଥିବାରୁ ସୋନୁ ତାଙ୍କୁ ପ୍ରଥମେ ଦୁଷ୍କର୍ମ କରିଥିଲା। ଏହାପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା।

ଅଭିଯୁକ୍ତ ଜଣକ ମୃତଦେହକୁ ପ୍ରଥମେ ଘର ନିକଟରେ ରହିଥିବା କାଠ ଗଦା ତଳେ ଲୁଚାଇ ଦେଇଥିଲା। ପରିବାର ସଦସ୍ୟମାନେ ଯେତେବେଳେ ନାବାଳିକାଙ୍କୁ ପାଇଲେ ନାହିଁ ସେତେବେଳେ ସେମାନେ ପୁଲିସ୍‌ ଷ୍ଟେସନରେ ନିଖୋଜ ଅଭିଯୋଗ କରିଥିଲେ।

ପୁଲିସ ଯାଞ୍ଚ କରୁଥିବା ବେଳେ ବିଳମ୍ବିତ ରାତିରେ ସୋନୁ କାଠ ଗଦା ତଳୁ ମୃତଦେହକୁ ବାହାର କରିଥିଲା। ଏହାପରେ ନିକଟସ୍ଥ ଶ୍ମଶାନକୁ ଯାଇ ସେଠାରେ ନାବାଳିକାଙ୍କ ମୃତଦେହକୁ ପୋତି ଦେଇଥିଲା। ରାତି ତମାମ ନାବାଳିକାଙ୍କୁ ପୁଲିସ୍ ଓ ପରିବାର ଲୋକ ଖୋଜୁ ଥିଲେ ହେଁ ତାଙ୍କର କୌଣସି ପତ୍ତା ମିଳି ନଥିଲା।

ତେବେ ଘଟଣା ପରେ ସୋନୁର ହାବଭାବ ବଦଳି ଯାଇଥିଲା। ତେଣୁ ସମସ୍ତଙ୍କର ସନ୍ଦେହ ତା’ ଉପରେ ବଢ଼ିଥିଲା। ପୁଲିସ୍‌ ମଧ୍ୟ ତା’ ଉପରେ ନଜର ରଖିଥିଲା। ପ୍ରାଥମିକ ଜେରା ବେଳେ ସୋନୁ ଘଟଣା ସମ୍ପର୍କରେ କିଛି ବି ଜାଣି ନଥିବା କହିଥିଲା।

କିନ୍ତୁ ପୁଲିସ୍‌ର ନାଲି ଆଖି ପରେ ସେ ନିଜର ଅପରାଧକୁ ସ୍ୱୀକାର କରିଥିଲା। ଏଥିସହ ମୃତଦେହ ପୋତି ଥିବା ସ୍ଥାନକୁ ପୁଲିସ୍‌କୁ ନେଇଥିଲା। ପୁଲିସ୍‌ ସେଠାରୁ ମୃତଦେହକୁ ଜବତ କରିଛି। ସୋନୁ ବିରୋଧରେ ଦୁଷ୍କର୍ମ, ହତ୍ୟା ଓ ପ୍ରମାଣ ନଷ୍ଟ ଭଳି ବିଭିନ୍ନ ଦଫାରେ ମାମଲା ହୋଇଛି।

Madhya Pradesh Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe