Advertisment

ମଲ୍‌ ପରେ ଚର୍ଚ୍ଚରେ ହେଲା ଛୁରୀ ମାଡ଼

କିଛି ଦିନ ତଳେ ସିଡ୍‌ନୀର ଗୋଟିଏ ଶପିଂ ମଲରେ ଜଣେ ବ୍ୟକ୍ତି ଲୋକଙ୍କୁ ଛୁରା ମାଡ଼ କରିଥିଲେ। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା।

Police

Police

Advertisment

ଅଷ୍ଟ୍ରେଲିଆର ସିଡ୍‌ନୀରେ ଏବେ ଛୁରା ମାଡ଼ ଘଟଣା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳା ଦେଇଛି। କିଛି ଦିନ ତଳେ ସିଡ୍‌ନୀର ଗୋଟିଏ ଶପିଂ ମଲରେ ଜଣେ ବ୍ୟକ୍ତି ଲୋକଙ୍କୁ ଛୁରା ମାଡ଼ କରିଥିଲେ। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପୁଲିସ୍‌ ଗୁଳିରେ ଆକ୍ରମଣକାରୀର ମୃତ୍ୟୁ ହୋଇଥିଲା। ଏହି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ପୁଣି ସମାନ ଘଟଣା ଘଟିଛି।

Advertisment

ଆଜି ଜଣେ ବ୍ୟକ୍ତି ଚର୍ଚ୍ଚ ଭିତରେ ପଶି ଲୋକଙ୍କୁ ଛୁରା ମାଡ଼ କରିଛନ୍ତି। ସିଡନୀ ଠାରୁ ୩୦ କିମି ଦୂର ୱାଲକ୍ଲେରେ ଥିବା ଗୋଟିଏ ଚର୍ଚ୍ଚରେ ଏପରି ଘଟଣା ଘଟିଛି। ପୁଲିସ୍‌ ଛୁରୀ ମାଡ଼ ଘଟଣାରେ ଜଣଙ୍କୁ ଗିରଫ କରିଛି। ସେ ତଦନ୍ତରେ ସହଯୋଗ କରୁଥିବା ପୁଲିସ୍‌ କହିଛି।

ପୁଲିସ୍‌ କହିଛି ଯେ ଛୁରୀ ମାଡ଼ରେ ଆହତ ହୋଇଥିବା ଲୋକଙ୍କର ବିଶେଷ କିଛି କ୍ଷତି ହୋଇ ନାହିଁ। ସମସ୍ତେ ବିପଦ ମୁକ୍ତ ରହିଛନ୍ତି। ସେମାନଙ୍କୁ ପାରାମେଡିକ୍ସ ପକ୍ଷରୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି।

Advertisment

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଚର୍ଚ୍ଚରେ ପ୍ରାର୍ଥନା ଚାଲିଥିବା ବେଳେ ଆକ୍ରମଣ ହୋଇଛି। ଏଥିରେ ଚର୍ଚ୍ଚ କର୍ତ୍ତୃପକ୍ଷଙ୍କ ସହ କିଛି ସାଧାରଣ ଲୋକ ଆହତ ହୋଇଛନ୍ତି। ଆକ୍ରମଣ ବେଳର କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Australia Stabbed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe