Advertisment

ସ୍କୁଲରେ ଚାଲିଥିଲା ବାର୍ଷିକୋତ୍ସବ; ବାହାରେ ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ସ୍କୁଲରେ ବାର୍ଷିକ ଉତ୍ସବ ଚାଲିଥିବା ବେଳେ ବାହାରେ ଚାଲିଥିଲା ହଣାହଣି। ଦୁଇ ଯୁବକଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ।

author-image
Niharika Rout
Medical

Medical

ସ୍କୁଲରେ ବାର୍ଷିକ ଉତ୍ସବ ଚାଲିଥିବା ବେଳେ ବାହାରେ ଚାଲିଥିଲା ହଣାହଣି। ଦୁଇ ଯୁବକଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଏପରି ଏକ ଘଟଣା ଗତକାଲି ସନ୍ଧ୍ୟାରେ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆଗରେ ଘଟିଛି।

Advertisment

ଗୁରୁତର ଦୁଇ ଯୁବକ କବିସୂର୍ଯ୍ୟନଗର ନୂଆଁସାହିର ସମୀର ବିଶ୍ୱାଳ ଓ ସତ୍ୟ ବିଶ୍ୱାଳ ହୋଇଥିବା ଜଣାପଡିଛି l ତେବେ ଉଭୟଙ୍କୁ କାହିଁକି ସଂଘବଦ୍ଧ ଆକ୍ରମଣ କରାଯାଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଗତକାଲି ସନ୍ଧ୍ୟାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଚାଲିଥିଲା। ଏହି ସମୟରେ ସ୍କୁଲରେ ପ୍ରବଳ ଗହଳି ଥିଲା। ଏହାସତ୍ତ୍ୱେ ବିଦ୍ୟାଳୟ ବାହାରେ ଦୁଇ ଯୁବକଙ୍କୁ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ।

Advertisment

ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କବିସୂର୍ଯ୍ୟନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା l ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି l କାହିଁକି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହେଲା, ଅଧିକ ଖୋଳତାଡ କରୁଛି କବିସୂର୍ଯ୍ୟନଗର ଥାନା ପୁଲିସ।

Ganjam