Advertisment

ବଦଲାପୁରର ବଦନାମ କାହାଣୀ: ୪ ମାସ ତଳେ ପୁଣି ବାହା ହୋଇଥିଲା ଅଭିଯୁକ୍ତ

ସ୍କୁଲରେ ସୁଇପର ଭାବେ କାମ କରୁଥିବା ଅକ୍ଷୟ ୨ ଛାତ୍ରୀଙ୍କୁ ୱାଶରୁମ ନେବା ବାହାନାରେ ସେମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

author-image
Hemant Lenka
Akshay Shinde

Akshay Shinde

ମହାରାଷ୍ଟ୍ରର ବଦଲାପୁରର ଗୋଟିଏ ସ୍କୁଲରେ ୨ ଜଣ ନର୍ସରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ଗିରଫ ହୋଇଥିବା ଅକ୍ଷୟ ସିନ୍ଦେ ସମ୍ପର୍କରେ ଆସିଛି ବଡ଼ ତଥ୍ୟ। ସ୍କୁଲରେ ସୁଇପର ଭାବେ କାମ କରୁଥିବା ଅକ୍ଷୟ ୨ ଛାତ୍ରୀଙ୍କୁ ୱାଶରୁମ ନେବା ବାହାନାରେ ସେମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପୂର୍ବତନ ପତ୍ନୀ ସହ ଅକ୍ଷୟ ସିନ୍ଦେର ବିବାଦ ଲାଗି ରହିଥିଲା। ଏଥିସହ ସେ ମାତ୍ର ୪ ମାସ ତଳେ ଆଉ ଜଣଙ୍କୁ ବିବାହ କରିଥିଲା।

Advertisment

ଅଭିଯୁକ୍ତର ଜଣେ ପଡ଼ୋଶୀ ଗଣମାଧ୍ୟମକୁ କହିଛନ୍ତି ଯେ ଅକ୍ଷର ଦ୍ୱିତୀୟ ପତ୍ନୀ ବେଶ କିଛି ଦିନ ହେଲା ଘରେ ରହୁ ନଥିଲେ। ଅକ୍ଷୟ ତା’ର ମା’ ଓ ଭାଇ ସହ ରହୁଥିଲା। ପ୍ରାୟ ୪ ମାସ ତଳେ ସେ ଦ୍ୱିତୀୟ ବିବାହ କରିଥିଲା। ନିଜର ଖରାପ ଅଭ୍ୟାସ ଓ ଘରୋଇ ବିବାଦ ଯୋଗୁ ଅକ୍ଷୟକୁ ତା’ର ପ୍ରଥମ ପତ୍ନୀ ଛାଡ଼ି ଦେଇଥିଲା।

ତା’ର ଦ୍ୱିତୀୟ ପତ୍ନୀ ମଧ୍ୟ ବେଶ କିଛି ଦିନ ହେବ ଘର ଛାଡ଼ି ଚାଲି ଯାଇଥିଲେ। ଅକ୍ଷୟ ଓ ତା’ ପରିବାର ବିଗତ ୫ ବର୍ଷ ହେଲା ଏଠାରେ ରହି ଆସୁଛନ୍ତି। ପୂର୍ବରୁ ସେମାନେ ଆଉ ଏକ ଘରେ ରହୁଥିଲେ। କିନ୍ତୁ ସେମାନଙ୍କ ଝୁମ୍ଫୁଡ଼ି ଘରକୁ ନିକଟରେ ପ୍ରଶାସନ ଭାଙ୍ଗି ଦେଇଥିଲା। ଫଳରେ ସେମାନେ ଏଠାରେ ଆସି ରହିବା ଆରମ୍ଭ କରିଥିଲେ।

Advertisment

ଅକ୍ଷୟ ସିନ୍ଦେକୁ ପୁଲିସ୍‌ ବୁଧବାର ଦ୍ୱିତୀୟ ଥର ପାଇଁ କୋର୍ଟରେ ହାଜର କରି ରିମାଣ୍ଡରେ ନେଇଛି। କୋର୍ଟ ତା’କୁ ଅଗଷ୍ଟ ୨୬ ଯାଏ ରିମାଣ୍ଡରେ ପଠାଇ ଦେଇଛନ୍ତି। ଘଟଣାର ତଦନ୍ତ ଆଇଜି ଆରତୀ ସିଂହଙ୍କ ନେତୃତ୍ୱାଧୀନ ଏସଆଇଟି କରୁଛି।

Maharashtra Govt Maharashtra Police Badlapur Sex Abuse