ମିଛ ପରିଚୟ ଦେଇ ଶାରୀରିକ ସମ୍ପର୍କ ରଖିଲେ ମିଳିବ ୧୦ ବର୍ଷ ଜେଲ୍‌, ଗ୍ୟାଙ୍ଗରେପ୍‌ ଅଭିଯୁକ୍ତଙ୍କୁ ୨୦ ବର୍ଷ

ଭିଡ଼ ହିଂସା ଓ ନାବାଳିକାଙ୍କୁ ବଳାତ୍କାର କଲେ ଦୋଷୀଙ୍କୁ ସର୍ବାଧିକ ମୃତ୍ୟୁଦଣ୍ଡ ଦିଆଯିବା ନେଇ ବିଧାନ କରାଯାଇଛି।

Rape PhotoRepresentational Image

Niharika Rout
  • Published: Saturday, 12 August 2023
  • Updated: 12 August 2023, 03:18 PM IST

ନିଜ ପରିଚୟ ଲୁଚାଇ ଅଥବା ମିଥ୍ୟା ପରିଚୟପତ୍ର ଦେଇ ଶାରୀରିକ ସମ୍ପର୍କ ରଖିଲେ ଏଣିକି ମିଳିବ କଡ଼ା ଶାସ୍ତି। ମହିଳାଙ୍କୁ ବିବାହ, ନିଯୁକ୍ତି, ପଦୋନ୍ନତିର ମିଥ୍ୟା ପ୍ରତିଶ୍ରୁତି ଦେଇ ଏପରି କାଣ୍ଡ ଘଟାଇଲେ ଏହା ସାଂଘାତିକ ଅପରାଧ ଭାବେ ବିବେଚିତ ହେବ। ଏହି ଅଭିଯୋଗ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କୁ ସର୍ବାଧିକ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ଫାଇନ୍‌ ବ୍ୟବସ୍ଥା ବି ଲାଗୁ କରାଯାଇଛି। ଏହାବାଦ ନାବାଳିକାଙ୍କୁ ବଳାତ୍କାର କଲେ ମିଳିବ ମୃତ୍ୟୁ ଦଣ୍ଡ। ଗଣବଳାତ୍କାର କରି ଜଘନ୍ୟ କାଣ୍ଡ ଘଟାଉଥିବା ଅପରାଧୀଙ୍କୁ ୨୦ ବର୍ଷ କିମ୍ବା ଆଜୀବନ ଜେଲଦଣ୍ଡାଦେଶରେ ଦଣ୍ଡିତ କରାଯିବ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଲୋକସଭାରେ ୩ଟି ପୃଥକ ବିଲ୍‌ ଆଗତ କରିଛନ୍ତି। ପ୍ରସ୍ତାବିତ ଆଇନ ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ଆଣି ଦେଶର ନାଗରିକଙ୍କୁ ସୁରକ୍ଷା ଯୋଗାଇବ ବୋଲି କହିଛନ୍ତି ଶାହ। ନୂଆ ଆଇନରେ ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଭିଡ଼ ହିଂସା ଓ ନାବାଳିକାଙ୍କୁ ବଳାତ୍କାର କଲେ ଦୋଷୀଙ୍କୁ ସର୍ବାଧିକ ମୃତ୍ୟୁଦଣ୍ଡ ଦିଆଯିବା ନେଇ ବିଧାନ କରାଯାଇଛି।

ଗତକାଲି ସଂସଦରେ ଆଗତ ହୋଇଥିବା ନୂତନ ବିଲ୍‌ରେ ଇଣ୍ଡିଆନ ପେନାଲ କୋଡ ସ୍ଥାନ ନେଇଛି ଭାରତୀୟ ନ୍ୟାୟ ସଂହିତା ବିଲ୍‌।  ପୂର୍ବରୁ ମହିଳାମାନେ ମିଥ୍ୟ ପ୍ରତିଶ୍ରୁତି ଦେଇ ସେମାନଙ୍କ ସହ ବଳାତ୍କାର କରାଯାଇଥିବା ଅଭିଯୋଗ ଆଣୁଥିବା ବେଳେ ଏହାର ବିଚାର ପାଇଁ IPCରେ ସେପରି ସ୍ୱତନ୍ତ୍ର ଆଇନ୍‌ ବ୍ୟବସ୍ଥା ନ ଥିଲା। ତେଣୁ ଏପରି ମାମଲା ଅଭିଯୁକ୍ତଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନୂତନ ବିଲ୍‌ରେ ବ୍ୟବସ୍ଥା କରାଯାଇଛି। ଏହି ଅଭିଯୋଗ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କ ସର୍ବାଧିକ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ଫାଇନ୍‌ ବ୍ୟବସ୍ଥା ବି ଲାଗୁ କରାଯାଇଛି।

Also Read

ସେହିପରି ଗ୍ୟାଙ୍ଗରେପ୍‌ ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ବା ଆଜୀବନ ଜେଲ୍‌ ଦଣ୍ଡାଦେଶର ବ୍ୟବସ୍ଥା ରହିଛି। ଏପରି କ୍ଷେତ୍ରରେ ପୀଡ଼ିତାଙ୍କ ବୟସ ୧୮ ବର୍ଷରୁ କମ୍‌ ହୋଇଥିଲେ ଦଣ୍ଡକୁ ଆହୁରି କଠୋର କରାଯାଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାର ବି ପ୍ରାବଧାନ ରହିଛି। ସେହିପରି ୧୨ ବର୍ଷରୁ କମ୍‌ ବୟସର ନାବାଳିକଙ୍କୁ ବଳାତ୍କାର କଲେ ଅଭିଯୁକ୍ତଙ୍କୁ ୨୦ ବର୍ଷରୁ କମ୍‌ ଦଣ୍ଡାଦେଶ ମିଳିବ ନାହିଁ। ଆବଶ୍ୟକସ୍ଥଳେ ତାହା ବଢ଼ତ ଆଜୀବନ ଜେଲ୍‌ଦଣ୍ଡ ବା ମୃତ୍ୟୁ ଦଣ୍ଡରେ ବି ପରିଣତ ହୋଇ ପାରେ।

କିନ୍ତୁ ମହିଳା ବା ଯୁବତୀଙ୍କ ଡାକ୍ତରୀ ପରୀକ୍ଷାକୁ ବଳାତ୍କାର ହିସାବରେ ଧରା ଯିବନି। ସେହିପରି ଜଣେ ବ୍ୟକ୍ତି ନିଜ ୧୮ ବର୍ଷରୁ କମ୍‌ ବୟସର ପତ୍ନୀଙ୍କ ସହ ରଖୁଥିବା ଯୌନ ସମ୍ବନ୍ଧ ମଧ୍ୟ ବଳାତ୍କାର ଶ୍ରେଣୀର ଅନ୍ତର୍ଭୁକ୍ତ ହେବ ନାହିଁ।

କିନ୍ତୁ ଯଦି ଜଣେ ବଳାତ୍କାର ପୀଡ଼ିତା ଗୁରୁତର ହୋଇ ମୃତ୍ୟୁମୁଖରେ ପଡ଼େ ତେବେ ଅଭିଯୁକ୍ତକୁ ୨୦ ବର୍ଷରୁ କମ୍‌ ଦଣ୍ଡାଦେଶର ସମ୍ଭାବନା ନାହିଁ। ଆବଶ୍ୟକ ସ୍ଥଳେ ତାହା ଆଜୀବନ ଜେଲ୍‌ ଦଣ୍ଡାଦେଶ ବା ମୃତ୍ୟୁ ଦଣ୍ଡାଦେଶରେ ପରିଣତ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story